ପାଣିପାଗ ବଦଳୁଥିବା କାରଣରୁ ଲୋକ ଭାଇରାଲ ଫିବରର ଆକ୍ରାନ୍ତ ହୋଇଥାନ୍ତି । ଏହି ସମସ୍ୟାରୁ ମୁକୁଳିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ମେଡିସିନ୍ ଖାଇଥାନ୍ତି ଯାହାର ପାଶ୍ୱଃପକ୍ରିୟା ମଧ୍ୟ ଶରୀର ଉପରେ ପଡିଥାଏ । ତେଣୁ ସବୁବେଳେ ମେଡିସିନ୍ ଉପରେ ନିର୍ଭର ନକରି ଆପଣ କିଛି ଘରୋଇ ଉପାୟରେ ମଧ୍ୟ ଭାଇରାଲ ଫିବରକୁ ଦୂର କରିପାରିବେ ।
ଅଦା- ଭାଇରାଲ ଫିବରକୁ ଭଲ କରିବାକୁ ହେଲେ ସର୍ବପ୍ରଥମେ ଅଦାରେ ଅଳ୍ପ ପରିମାଣର ଅଗାଲମରିଚ, ହଳଦୀ ଓ ଚିନି ମିଶାଇ କାଢ଼ା ପସ୍ତୁତ କରନ୍ତୁ । ଦିନକୁ ୩-୪ ଥର ଏହି କାଢ଼ା ପିଅନ୍ତୁ । ଏହା ଦ୍ୱାରା ଜ୍ୱର ଭଲ ହୋଇଥାଏ ।
ତୁଳସୀ- ଏକ ମୁଠା ତୁଳସୀ ପତ୍ରରେ ୧ ଚାମଚ ଲବଙ୍ଗ ପାଉଡରକୁ ୧ ଲିଟର ପାଣିରେ ଫୁଟାଇ ରଖନ୍ତୁ । ଏହାକୁ ପ୍ରତି ୨ ଘଣ୍ଟାରେ ଥରେ ପିଅନ୍ତୁ । ଏହା ଦ୍ୱାରା ଭାଇରାଲ ଫିବର ଭଲ ହୋଇଥାଏ ।
ମେଥି- ରାତିରେ ଏକ ଚାମଚ ମେଥି ଦାନାକୁ ଭିଜାଇ ରଖନ୍ତୁ । ସକାଳୁ ସେହି ଭିଜା ଥିବା ମେଥି ଦାନାରେ ଲେମ୍ବୁ ରସ ଓ ମହୁ ମିଶାଇ ଖାଆନ୍ତୁ । ଏପରି କରିବା ଦ୍ୱାରା ଜ୍ୱର ଭଲ ହୁଏ ।
ରସୁଣ- ରସୁଣର ପାଖୁଡା ଛଡାଇ ତାହାକୁ ମହୁ ସହ ମିଶାଇ ଖାଆନ୍ତୁ । ଏହା ଦ୍ୱାରା ଜ୍ୱର କମିଯାଇଥାଏ ।
Prev Post