ଭାଜପାରେ ସାମିଲ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୁଅ ନୀରଜ ଶେଖର

ଲକ୍ଷ୍ନୌ,୧୬/୭: ସମାଜବାଦୀ ପାର୍ଟି(ଏସପି)ନେତା ନୀରଜ ଶେଖର ମଙ୍ଗଳବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ମହାସଚିବ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁଅ ନୀରଜ ବହୁ ବର୍ଷ ହେବ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ। ଉତ୍ତର ପ୍ରଦେଶର ବଲିଆରେ ସେ ଜଣେ ଟାଣୁଆ ନେତା ଭାବେ ମଧ୍ୟ ପରିଚିତ। ଏହା ପୂର୍ବରୁ ସେ ଏସପିର ରାଜ୍ୟସଭା ଏମ୍‌ପି ଥିଲେ। ସୋମବାର ସେ ଦଳରୁ ଇସ୍ତଫା ଦେବା ପରେ ଭାଜପାରେ ଯୋଗଦେବା ନେଇ ଆଲୋଚନା ହେଉଥିଲା।

SBI_Festive_Digital Billboard