ଭାଜପାର ନିର୍ବାଚନୀ ରଣନୀତି: ଶିବରାଜ-ରମଣ-ବସୁନ୍ଧରାଙ୍କୁ ଗୁରୁଦାୟିତ୍ୱ

ନୂଆଦିଲ୍ଲୀ,୧୧/୧: ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ନୂଆ ରଣନୀତି ପ୍ରସ୍ତୁତ କରାଯାଇଛି। ଅଭିଜ୍ଞ ତଥା ଅନୁଭବୀ ନେତା ଶିବରାଜ ସିଂ ଚୌହ୍ବାନ, ରମଣ ସିଂ ଏବଂ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଶିବରାଜ ସିଂ ମଧ୍ୟପ୍ରଦେଶ, ରମଣ ସିଂ ଛତିଶଗଡ଼ ଏବଂ ବସୁନ୍ଧରା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟ ଶାସନ କରି ରାଜନୈତିକ ଅଭିଜ୍ଞତା ହାସଲ କରିଛନ୍ତି। ଭାଜପା ଏହି ତିନି ବରିଷ୍ଠ ନେତାଙ୍କୁ ଜାତୀୟସ୍ତରକୁ ଆଣି ଲୋକସଭା ନିର୍ବାଚନରେ ସଫଳ ହେବାର ଯୋଜନା ପ୍ରସ୍ତୁତ କରିଥିବା କୁହାଯାଉଛି।