ନୂଆଦିଲ୍ଲୀ,୨୫/୩: ଭାରତୀୟ ବାୟୁସେନାରେ ସାମିଲ ହେଲା ଚିନୁକ ହେଲିକପ୍ଟର । ଆମେରିକା ଏହି ହେଲିକପ୍ଟର ସାହାର୍ଯ୍ୟରେ ଆତଙ୍କୀବାଦୀ ଓସାମାବିନ ଲାଦେନଙ୍କୁ ମାରିଥିଲା । ଆମେରିକୀୟ କମ୍ପାନୀ ବୋଇଙ୍ଗ ଦ୍ୱାରା କରାଯାଇଥିବା ଚାରୋଟି ଚିନୁକ ସିଏଚ-47ଆଇ ହେଲିକପ୍ଟର ଭାରତରେ ଓହ୍ଲାଇଛି । ଏହିପରି 15ଟି ହେଲିକପ୍ଟରକୁ ଭାରତି କିଣିଛି ।
ଏହା ଅତ୍ୟାଧୁନିକ ହେଲିକପ୍ଟର । ଏଥିରେ କମନ ଏଭିଏସନ ଆର୍କିଟେକ୍ଚର କକପିଟ ଏବଂ ଏଡଭାନ୍ସ କକପିଟ ପରି ବିଶେଷ ସୁବିଧା ରହିଛି । ଏହି ହେଲିକପ୍ଟରରେ ଗୋଟିଏ ଥରରେ ଗୋଳ ବାରୁଦ, ଆସ୍ତ୍ରଶସ୍ତ୍ର ସହ ସୈନ୍ୟମାନେ ମଧ୍ୟ ଯାତାୟତ କରି ପାରିବେ । ଏହାକୁ ରାଡର ସାହାର୍ଯ୍ୟରେ ମଧ୍ୟ ଧରିବା କଷ୍ଟକର ।
ଏହି ଭାରି ମେସିନ, ବ୍ୟାଙ୍କକୁ ମଧ୍ୟ ଉଠାଇ ନେଇପାରିବ । 20000 ପୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡିବାର କ୍ଷମତା ଏହି ହେଲିକପ୍ଟରରେ ରହିଛି । ଏହା 10 ଟନ ପର୍ଯ୍ୟନ୍ତ ଓଜନକୁ ଉଠାଇ ନେଇ ପାରିବ । ଏହା ଘଣ୍ଟାପ୍ରତି 280 କିମି ବେଗରେ ଉଡିପାରିବ । ଏହାର ଉଚ୍ଚତା 18 ଫୁଟ ଏବଂ ଲମ୍ବା 16 ଫୁଟ ।
ଏହାକୁ ଦୁଇ ଜଣ ପାଇଲଟ ଚଲାଇପାରିବେ । ଦୂନିଆର 26ଟି ଦେଶ ଏହି ହେଲିକପ୍ଟରର ବ୍ୟବହାର କରୁଛନ୍ତି, ଏହି ଦେଶମାନଙ୍କରେ ଏବେ ଭାରତ ମଧ୍ୟ ସାମିଲ ହେବ । ଏହି ବିମାନ ବିୟତନାମ ଯୁଦ୍ଧ, ଲିବିଆ, ଇରାନ, ଆଫଗାନିସ୍ତାନ ସମେତ ଇରାକରେ ମଧ୍ୟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା । ଭାରତରେ ଏହାର ବିଶେଷ ବିନିଯୋଗ କରାଯିବ ।