ଭାରତୀୟ ରେଳର ଘରୋଇକରଣ ପ୍ରଶ୍ନ ଉଠୁନି : ପୀୟୂଷ ଗୋୟଲ

ନୂଆଦିଲ୍ଲୀ,୧୩/୭: ଭାରତୀୟ ରେଳର ଘରୋଇକରଣ ହେବା ପ୍ରଶ୍ନ ଉଠୁନାହିଁ ବୋଲି ଆଜି ଲୋକସଭାରେ ରେଳମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ତାଙ୍କ ମନ୍ତ୍ରଣାଳୟର ଖର୍ଚ ଦାବି ଉପରେ ଆଲୋଚନା ବେଳେ ଗୋୟଲ କହିଥିଲେ ଯେ, ରେଳବାଇର ଘରୋଇକରଣ ହେବନି। ମାତ୍ର, ଭାରତୀୟ ରେଳର ଦକ୍ଷତା ବଢ଼ାଇବାକୁ ହେଲେ ଆମକୁ ପୁଞ୍ଜିନିବେଶ ଦରକାର। ସେଥିପାଇଁ ଆମେ ଘରୋଇ-ସରକାରୀ ସହଭାଗିତା (ପିପିପି)କୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ‌ନେଇଛୁ। ଭାରତୀୟ ରେଳର କିଛି ୟୁନିଟ୍‌କୁ କର୍ପୋରେଟ୍‌ ଢାଞ୍ଚା ପ୍ରଦାନ କରାଯିବ। ନୂତନ ପ୍ରଯୁକ୍ତି, ନୂଆ ଷ୍ଟେସନ, ପ୍ରକଳ୍ପ ଓ ରେଳ ଲାଇନ୍ ପାଇଁ ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ପୁଞ୍ଜିନିବେଶ ଆହ୍ବାନ କରାଯିବ ବୋଲି ସେ କହିଛନ୍ତି। ରେଳ ଭିତ୍ତିଭୂମି ବିକଶିତ କରିବାରେ କଂଗ୍ରେସ ଠାରୁ ମୋଦୀ ସରକାରଙ୍କ ପ୍ରଦର୍ଶନ ବହୁତ ଭଲ ରହିଛି ବୋଲି ସେ କହିଛନ୍ତି। ସଂସଦରେ ଏକ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଉତ୍ତର ରଖିବା ବେଳେ କଂଗ୍ରେସ ସଦସ୍ୟମାନେ ବାରମ୍ବାର ଆପତ୍ତି ଉଠାଇଥିବା ଦେଖିବାକୁ ମିଳିଥିଲା।

SBI_Festive_Digital Billboard