ମୁମ୍ବାଇ,୧୮/୧୧: ଦୀପିକା ଓ ରଣବୀରଙ୍କ ବିବାହ ଦୁଇ ଦିନ ତଳେ ହୋଇଥିଲା। ଆଜି ନବ ଦମ୍ପତି ଇଟାଲୀରୁ ଭାରତକୁ ଫେରି ଆସିଛନ୍ତି । ସକାଳ ୮ଟା ରେ ମୁମ୍ବାଇ ଏୟାରପୋର୍ଟରେ ନବ ଦମ୍ପତିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ମିଡିଆ ସହିତ ପ୍ରଶଂସକଙ୍କ ଭିଡ ଲାଗିରହିଥିଲା । ଉଭୟ ଏକା ଭଳି ଡ୍ରେସ ପିନ୍ଧିଥିଲେ । ଦୀପିକା ଏକ ଲାଲ ରଙ୍ଗର ଓଢଣୀ ଘୋଡେଇ ହୋଇଥିଲେ । ଉଭୟ ପରସ୍ପରର ହାତ ଧରି ଏୟାରପୋର୍ଟ ବାହାରକୁ ଆସିଥିଲେ। ଦୀପିକାଙ୍କ ସ୍ୱାଗତ ପାଇଁ ରଣବୀରଙ୍କ ମୁମ୍ବାଇ ସ୍ଥିତ ଘର ପ୍ରଭାଦେବୀକୁ ବହୁତ ସୁନ୍ଦର ଭାବେ ସଜା ଯାଇଥିଲା । ପୁରା ବିଲଡିଂ ସହ ଆଖପାଖ ରାସ୍ତାକୁ ରଣବୀର ସଜେଇଥିଲେ । ନବ ଦମ୍ପତ୍ତିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଧନା କରାଯାଇଥିଲା ।
ଆସନ୍ତା ୨୧ ତାରିଖରେ ବାଙ୍ଗାଲୁରୁରେ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ପାଇଁ ଏକ ରିସେପସନର ଆୟୋଜନ କରିଛନ୍ତି । ଆସନ୍ତା ୨୮ ତାରିଖରେ ମୁମ୍ବାଇରେ ମିଡ଼ିଆ ପର୍ସନଙ୍କ ପାର୍ଟି ରଖିଛନ୍ତି । ଏଥିସହ ଆସନ୍ତା ଡିସେମ୍ବର ୧ ତାରିଖରେ ବଲିଉଡର ଅଭିନେତା, ଅଭିନେତ୍ରୀ ଏବଂ ସେଲିବ୍ରିଟିଙ୍କ ପାଇଁ ଏକ ରିସେପସନ ଆୟୋଜନ କରିଛନ୍ତି ।
Next Post