ଭାରି ସ୍ୱାସ୍ଥ୍ୟକାରୀ ମକା

ମକା କାଇବାକୁ କାହାକୁ ଅବା ଭଲ ନ ଲାଗେ । ସାଧାରଣ କ୍ଷେତ୍ରରେ ବିଭିନ୍ନ ରୁପରେ ଆମେ ଏହାକୁ ଖାଇବାକୁ ପସନ୍ଦ କରିଥାଉ । କି;ୁ ଖୁବ୍‌ କମ ଲୋକ ଥିବେ ଯାହାକୁ ଏହାର ଲାଭଦାୟକ ଗୁଣ ସମ୍ବନ୍ଧରେ ଜଣାଥିବ । ଏହା କଲେଷ୍ଟ୍ରଲକୁ କମାଇବା ସହ ଶରୀରରେ ଉପୁଜୁଥିବା କ୍ୟାନସର ସେଲକୁ ମାରିବାରେ ସାହାଯ୍ୟ କରିଥାଏ । ମିଠା ମକା ହେଉ ଅବା ଦେଶୀ ମକା, ଏହା ସ୍‌ୱାସ୍ଥ୍ୟ ଏବଂ ସୁନ୍ଦରତା ପାଇଁ ଖୁବ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ତେବେ ଆସ;ୁ ଜାଣିବା ଏହାର ଅନ୍ୟାନ୍ୟ ଉପକାରୀତା ବିଷୟରେ ।
– ମକା ହୃତପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏଥିରେ ଭିଟାମିନ ସି, ବାୟୋଫ୍ଲେବୋନୋଏଡସ, କ୍ୟାରୋଟେନୋଏଡ ଏବଂ ଫାଇବର ଭରପୁର ମାତ୍ରାରେ ରହିଥାଏ । ଯାହା କଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ ।
– ନିୟମିତ ଭାବରେ ମକା ଖାଉଥିବା ବ୍ୟକ୍ତିଙ୍କୁ ଆର୍ଥାରାଇଟିସ ହେବାର ସମ୍ଭାବନା କମ ରହିଥାଏ । ଏଥିରେ ଜିଙ୍କ, ଫସଫୋରସ, ମ୍ୟାଗ୍ନେସିୟମ ଏବଂ ଆଇରନର ମାତ୍ରା ଅଧିକ ରହିଥାଏ, ଯାହା ହାଡକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ ।
– ମକା ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢିଥାଏ । ଏଥିରେ ବିଟା କେରୋଟିନ ରହିଥାଏ, ଯାହା ଭିଟାମିନ-ଏ ର ଉତ୍ପାଦନରେ ସାହାଯ୍ୟ କରିଥାଏ । ଏହା ବୃଦ୍ଧ ବୟସରେ ଉପୁଜୁଥିବା ରାତି ଦୃଷ୍ଟିହୀନତା ଏବଂ ମୈକୁଲର ଡିଜେନେରେସନ ହେବାର ସମ୍ଭାବନା କମ ରହିଥାଏ ।
– ଗର୍ଭବତୀ ମହିଳାଙ୍କୁ ନିୟମିତ ମକା ଖାଇବା ଉଚିତ । ଏଥିରେ ଭିଟାମିନ-ବି ୯ ଏବଂ ଫାଲିକ ଏସିଡ ରହିଥାଏ, ଯାହା ଶିଶୁର ବିକାଶରେ ସାହାଯ୍ୟ କରିଥାଏ ।