ଭିଜିଲାନ୍ସ ଜାଲରେ ଆନନ୍ଦପୁର ବ୍ୟାରେଜ୍‌ ଡିଭିଜନ୍‌ ସହକାରୀ ଯନ୍ତ୍ରୀ

କେନ୍ଦୁଝର,୧୯/୧୨: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳେ ଆନନ୍ଦପୁର ବ୍ୟାରେଜ ଡିଭିଜନର ସହକାରୀ ଯନ୍ତ୍ରୀ ନନ୍ଦକିଶୋର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି। ଏକକାଳୀନ କେନ୍ଦୁଝରସ୍ଥିତ ବାସଭବନ, ଆନନ୍ଦପୁର ସାଳପଡ଼ାସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ଏବଂ ଘଷିପୁରସ୍ଥିତ ପୈତୃକ ଘରେ ଚଢ଼ାଉ କରାଯାଉଥିବା ଜଣାପଡ଼ିଛି। କେନ୍ଦୁଝର ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ୪ଟି ଟିମ୍‌ ଦ୍ୱାରା ଏହି ଚଢାଉ ଜାରି କରାଯାଉଛି।