ଭେଣ୍ଡି ମସଲା

ପ୍ରସ୍ତୁତି ସାମଗ୍ରୀ- ୨୫୦ଗ୍ରାମ୍‌ ବେସନ, ୨ଚାମଚ ଲଙ୍କାଗୁଣ୍ଡ, ନଡ଼ିଆକୋରା ୨ଚାମଚ, ଗରମମସଲା ୧ଚାମଚ, ଚିନି ଅଧ ଚାମଚ, କଟା ଧନିଆପତ୍ର ୨ଚାମଚ, ଗୋଟିଏ ଲେମ୍ବୁର ରସ, ସୋରିଷ, ହେଙ୍ଗୁ, ହଳଦୀ, ତେଲ ଏବଂ ଲୁଣ ପରିମାଣ ଅନୁଯାୟୀ ।
ପ୍ରଣାଳୀ- ଭେଣ୍ଡିଗୁଡ଼ିକ ଧୋଇ ଭଲଭାବରେ ପୋଛିନିଅନ୍ତୁ । ପ୍ରତ୍ୟେକ ଭେଣ୍ଡିକୁ ଲମ୍ବାପଟେ ଟିକେ ଚିରି ଦିଅନ୍ତୁ । ବେସନ, ଲଙ୍କାଗୁଣ୍ଡ, ଗରମମସଲା, ଚିନି ଲେମ୍ବୁରସ ଗୋଳେଇ ପୁର କରି ଭେଣ୍ଡି ମଝିରେ ଦିଅନ୍ତୁ । କରେଇରେ ତେଲ ଦେଇ ସୋରିଷ, ହେଙ୍ଗୁ ହଳଦୀଗୁଣ୍ଡ ପକେଇ ଟିକେ ଭାଜନ୍ତୁ ଏବେ ଏଥିରେ ପୁରଦିଆ ଭେଣ୍ଡି ଗୁଡ଼ିକୁ ଗୋଟିକ ପରେ ଗୋଟିଏ ପକାନ୍ତୁ । ଢାଙ୍କୁଣି ଦେଇ ଅଳ୍ପ ଆଞ୍ଚରେ ବସେଇଦିଅନ୍ତୁ । ଓହ୍ଲାଇବା ଆଗରୁ ନଡ଼ିଆକୋରା ଓ ଧନିଆପତ୍ର ଉପରେ ଗାର୍ନିସ୍‌ କରି ଖାଇବାକୁ ଦିଅନ୍ତୁ ।