ଅଧିକାଂଶ ଲୋକଙ୍କର ଧାରଣା ରହିଥାଏ, ନିୟମିତ ଉତ୍ତମ ଖାଦ୍ୟପେୟ କରିବା ଦ୍ୱାରା ସ୍ୱାସ୍ଥ୍ୟ ଠିକ୍ ରହିଥାଏ । ଭୋଜନର ପରର କାର୍ଯ୍ୟକୁ ନେଇ ନିକଟରେ ଏକ ଅଧ୍ୟୟନ କରାଯାଇଛି, ଯେଉଁଥିରୁ ଜଣାଯାଇଛି ଭୋଜନ ପରେ କେଉଁ କେଉଁ କାର୍ଯ୍ୟ କରିବା ଉଚିତ୍ ଯଦ୍ୱାରା କୋðଣସି ପ୍ରକାରର ରୋଗ ହେବ ନାହିଁ । ଏନେଇ କେତୋଟି ତଥ୍ୟ ନିମ୍ନରେ ଦର୍ଶାଯାଇଛି ।
-ରାତ୍ରି ଭୋଜନ କରିବା ପରେ ତୁରନ୍ତ ଶୋଇବାକୁ ଡାକ୍ତରମାନେ ମନା କରିଥାନ୍ତି । କାରଣ ଏପରି କରିବା ଦ୍ୱାରା ଖାଦ୍ୟ ହଜମ ହୋଇନଥାଏ । ଭୋଜନ କରିବାର ଅତିକମ୍ରେ ଦେଢ ଘଣ୍ଟା ପରେ ଶୋଇବା ଉଚିତ୍ ।
-ଅନେକ ଲୋକେ ଭୋଜନ କରିବାପରେ କିମ୍ବା ରାତ୍ରିବେଳା ସ୍ନାନ କରିବାକୁ ପସନ୍ଦ କରନ୍ତି । କି;ୁ ଭୋଜନ କରିବାର ୩୦ମିନିଟ୍ ପରେ ହିଁ ସ୍ନାନ କରିବା ଉଚିତ୍ ।
-ଗବେଷଣାରୁ ଜଣାଯାଇଛି, ଭୋଜନ ପରେ ଅଧିକାଂଶ ଲୋକ ଧୂମପାନ କରିବାକୁ ପସନ୍ଦ କରିଥାନ୍ତି । କି;ୁ ଏପରି କରିବା ଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟ ପକ୍ଷେ ବହୁତ କ୍ଷତିକାରକ ହୋଇଥାଏ । କାରଣ ଏପରି କରିବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ରହିଥାଏ ।
-ଭୋଜନର ତୁରନ୍ତ ପରେ ଚଲାବୁଲା କରିବା ଅନୁଚିତ୍ । ଏପରି କରିବା ଦ୍ୱାରା ରକ୍ତସଞ୍ଚାଳନ ଠିକ୍ ଭାବରେ ହୋଇନଥାଏ ।
-ଭୋଜନ କରିବାର ପ୍ରାୟ ୩୦ମିନିଟ୍ ପରେ ଦାନ୍ତ ଘଷିବା ଉଚିତ୍, ଏହାଦ୍ୱାରା ଦାନ୍ତରେ ଆଉ ଖାଦ୍ୟ ଜମି ରହିବ ନାହିଁ ।
Next Post