ନୂଆଦିଲ୍ଲୀ, ୨୩/୦୨ : ନେପାଳରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ୬ ଜଣ ମହିଳାଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ, ୨୭ ଆହତ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ପୋଖରାରୁ କାଠମାଣ୍ଡୁ ଅଭିମୁଖେ ଯାଉଥିବା ଏକ ବସ୍ ଧାଡିଙ୍ଗର ତ୍ରିଶୂଳୀ ନଦୀରେ ଖସି ପଡ଼ିବା ଫଳରେ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ବେନିଘାଟ ରୋରାଙ୍ଗ ଗ୍ରାମୀଣ ପୌରପାଳିକାର ୩ ନମ୍ବର ୱାର୍ଡର ଚାରାଉଣ୍ଡି ନିକଟରେ ଚିନ୍ନଧାରାଠାରେ ବସ୍ଟି ରାତି ପ୍ରାୟ ୧ଟା ୧୫ ସମୟରେ ନଦୀରେ ଖସି ପଡ଼ିଥିଲା। ଧାଡିଙ୍ଗ ଜିଲ୍ଲା ଟ୍ରାଫିକ୍ ପୋଲିସ ଅଧିକାରୀ କହିଛନ୍ତି ଯେ ମୃତକଙ୍କ ସଂଖ୍ୟା ୧୮ ରେ ପହଞ୍ଚିଛି, ଯେଉଁଥିରେ ମହିଳା ମଧ୍ୟ ଅଛନ୍ତି। ମୋଟ ୨୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲକୁ ନିଆଯାଇଛି। ବସ୍ଟି ପୃଥ୍ୱୀ ରାଜପଥରେ ଯାତ୍ରା କରୁଥିବା ବେଳେ ଧାଡିଂ ଜିଲ୍ଲାର ବେନିଘାଟ ରୋରାଙ୍ଗ ଗ୍ରାମୀଣ ପୌରପାଳିକା-୫ର ଭୈସେପତି ଅଞ୍ଚଳ ନିକଟରେ ରାତି ପ୍ରାୟ ୧ଟା ସମୟରେ ରାସ୍ତାରୁ ଖସି ପଡ଼ିଥିଲା। ଗାଡ଼ିଟି ପ୍ରାୟ ୩୦୦ ମିଟର ଢାଲ ତଳକୁ ଖସିପଡ଼ିଥିଲା ଏବଂ ନଦୀ କୂଳରେ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ନେପାଳ ସେନା, ସଶସ୍ତ୍ର ପୋଲିସ ବାହିନୀ, ନେପାଳ ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ ରାତି ସମୟରେ ଘଟିଥିବା ଏହି ଘଟଣା ଉଦ୍ଧାର କାର୍ଯ୍ୟକୁ କଷ୍ଟକର କରିଦେଇଥିଲା।