ନୂଆଦିଲ୍ଲୀ,୨୪/୧୧: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ନେତାମାନେ ପ୍ରଚାର କରିବା ପାଇଁ ଜଣେ ଅନ୍ୟ ଜଣଙ୍କ ଉପରକୁ ଆକ୍ରମଣ କରିବାରେ ଲାଗି ପଡିଛନ୍ତି । ଆଜି ନରେନ୍ଦ୍ର ମୋଦୀ ଛତରପୁରରେ ରାଲି କରି ରାହୁଲ ଗାନ୍ଧୀଙ୍କୁ ଘେରି ଥିଲେ । ସେହି ସମୟରେ ରାହୁଲ ଗାନ୍ଧୀ ସାଗରରେ ରାଲି କରି ବିଜେପି ଏବଂ ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ଉପରକୁ ଆକ୍ରମଣ କରିଛନ୍ତି ।
ରାହୁଲ ଗାନ୍ଧୀ ମହିଳାଙ୍କ କଷ୍ଟ ବିଷୟରେ କହି ନରେନ୍ଦ୍ର ମୋଦୀ ଏବଂ ସିବରାଜଙ୍କ ଉପରକୁ ଆକ୍ରମଣ କରିଛନ୍ତି । ସେ ଶିବରାଙ୍କ ସରକାରଙ୍କୁ ଓପାଡି ଫୋପାଡିବାକୁ ଅପିଲ କରିଛନ୍ତି । ରାହୁଲ କହିଛନ୍ତି କି, ଜଣେ ମହିଳା ତାଙ୍କ କାର୍ଯ୍ୟକର୍ତାଙ୍କୁ କହିଛନ୍ତି ୧୦ ବର୍ଷରେ ଗୋଟିଏ ତାୱା ଖରାପ ହୋଇଯାଇଥାଏ । ସେଥିରେ ରୁଟି ତିଆରି କଲେ ରୁଟି ପୋଡିବା ଆରମ୍ଭ କରେ । ସେହିଭଳି ଶିବରାଜଙ୍କ ସରକାର ପୋଡିବା ଆରମ୍ଭ ହେଲାଣି । ତେଣୁ ଶିବରାଙ୍କ ସରକାରଙ୍କୁ ଓପାଡି ଫୋପାଡିବା ଦରକାର । ମଧ୍ୟପ୍ରଦେଶରେ ୧୫ ବର୍ଷ ଧରି ବିଜେପି ଶାସନ ଚାଲି ଆସୁଛି । ଏଥର ଶାସନରେ କଂଗ୍ରେସ ଆସିବା ପାଇଁ ପ୍ରୟାଶ ଚଳାଇଛି । ରାହୁଲ ଗାନ୍ଧୀ କମଲନାଥ ଏବଂ ସିନ୍ଧ୍ୟାଙ୍କ ହାତରେ ମୋର୍ଚ୍ଚା ଧରାଇଛନ୍ତି ।