ନୂଆଦିଲ୍ଲୀ,୨୮/୨ :୨୦୧୯ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଶାସନ ପ୍ରତି ଲାଳାୟିତ ହେଉଛି । ବଲିଉଡ ଅଭିନେତ୍ରୀଙ୍କୁ ରାଜନୀତିରେ ଓହ୍ଲାଇ ଆସନ ହାତେଇବା ପାଇଁ ଚେଷ୍ଟା କରୁଛି । ବିଗ ବସର ୧୧ତମ ବେଜେତା ଶିଳ୍ପା ସିନେ୍ଧଙ୍କ ପରେ ଏବେ ଅର୍ଶୀ ଖାନ ମଧ୍ୟ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି । ଅର୍ଶୀ ନିଜେ ଏହି ଖବରକୁ ସ୍ପଷ୍ଟ କରାଇଛନ୍ତି । ସେ ମହାରାଷ୍ଟ୍ରରେ କଂଗ୍ରେସର ଉପାଧ୍ୟକ୍ଷ ରୂପରେ ପଲିଟିକାଲ ଇନିଙ୍ଗସର ଆରମ୍ଭ କରିବେ ।
ଇଣ୍ଡିଆ ଫୋରମ ସହ ବାର୍ତାଳାପ କରୁଥିବା ସମୟରେ ସେ କହିଛନ୍ତି କି, ହଁ ମୁଁ କଂଗ୍ରେସରେ ସାମିଲ ଅଛି । ମହାରାଷ୍ଟ୍ରର କଂଗ୍ରେସ ଉପାଧ୍ୟକ୍ଷ ଭାବରେ କଂଗ୍ରେସରେ ଜଏନ କରିବି । ଦଳକୁ ଯୁବ ନେତାଙ୍କର ଆବଶ୍ୟକତା ରହିଛି । ତେବେ ଅର୍ଶୀ ଖାନଙ୍କୁ ବିବାଦର ଅନ୍ୟ ନାମ ବୋଲି କୁହାଯାଏ । ବିଗ ବସରେ ତାଙ୍କର ଯାତ୍ରାରେ ବହୁ ହଙ୍ଗାମା ହୋଇଥିଲା । ଏହି ସମୟରେ ସେ କହିଥିଲେ କି ସେ ବିବାଦରେ ରହିବା ପାଇଁ ପସନ୍ଦ କରନ୍ତି ।
ତେବେ ଅର୍ଶୀ ଖାନ ପାକିସ୍ତାନର କ୍ରିକେଟର ସାହିଦ ଆଫ୍ରିଦଙ୍କ ସହ ସମ୍ପର୍କରେ ଥିବା ଦାବୀ କରିଥିଲେ । ସେ ଏହା ମଧ୍ୟ କହିଥିଲେ କି, ସେ ସାହିଦ ଆଫ୍ରିଦଙ୍କ ସନ୍ତାନର ମା ହେବାକୁ ଯାଉଛନ୍ତି । ତାଙ୍କର ଏହି ବୟାନ ପରେ ବହୁ ହଙ୍ଗାମା ସୃଷ୍ଟି ହୋଇଥିଲା ।