ମହିଳା ଆଥଲେଟ ହିମା ଦାସ ଗୋଟିଏ ମାସରେ ୫ମ ଥର ସ୍ୱର୍ଣ୍ଣ ପଦକ ଜିତିବାକୁ ନେଇ ବିଗ-ବି କଲେ ଟୁଇଟ

ନୂଆଦିଲ୍ଲୀ,୨୨/୭: ଭାରତୀୟ ଯୁବା ମହିଳା ଆଥଲେଟ ହିମା ଦାସ ଗୋଟିଏ ମାସ ଭିତରେ ୫ମ ଥର ସ୍ୱର୍ଣ୍ଣ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି। ଶନିବାର ୪୦୦ମିଟର ଦୌଡ଼ ପ୍ରତିଯୋଗିତାର ହିମା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଦୂରତାକୁ ହିମା ୫୨.୦୯ ସେକେଣ୍ଡରେ ଶେଷ କରି ସ୍ୱର୍ଣ୍ଣ ପଦକ ଜିତି ସାରା ଦେଶରେ ପରିଚୟ ହାସଲ କରିଛନ୍ତି। ଗତ ୧୮ଦିନ ମଧ୍ୟରେ ହିମାଙ୍କର ଏହା ୫ମ ସ୍ୱର୍ଣ୍ଣ ପଦକ।

ଏହି ସଫଳତା ପାଇଁ ସମଗ୍ର ଦେଶରୁ ହିମାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟି ଆସୁଛି। ଏହି କ୍ରମରେ ବଲିଉଡ ମହାନାୟକ ଅମିତାଭ ବଚ୍ଚନ ବି ତାଙ୍କ ସଫଳତାକୁ ନେଇ ଟୁଇଟ କରିଛନ୍ତି। ଅମିତାଭ ଟୁଇଟ କରି ଲେଖିଛନ୍ତି, ୟେୟ… ବଧାଇ ବଧାଇ…ଜୟ ହିନ୍ଦ। ହିମା ଦାସ ଜି ଆମ ସମସ୍ତଙ୍କୁ ତୁମକୁ ନେଇ ଗର୍ବ ଅନୁଭବ ହେଉଛି। ଆପଣ ଭାରତର ନାମ ସ୍ୱର୍ଣ୍ଣ ଅକ୍ଷରରେ ଲେଖିଛନ୍ତି ।