ମହିଳା ସଂରକ୍ଷଣ ପାଇଁ ଅଣ୍ଟା ଭିଡ଼ିଥିବା ନବୀନଙ୍କୁ ଶରଦ ପାଓ୍ଵାରଙ୍କ ସମର୍ଥନ

ଭୁବନେଶ୍ୱର ,୧୦/୧: ମହିଳାଙ୍କ ସଂରକ୍ଷଣ ପାଇଁ ଅଣ୍ଟା ଭିଡ଼ିଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଜଣାଇ ଚିଠି ଲେଖିଛନ୍ତି ଏନସିପି ମୁଖ୍ୟ ଶରଦ ପାଓ୍ଵାର। ମହିଳାଙ୍କ ସଂରକ୍ଷଣ ପାଇଁ ତାଙ୍କ ଦଳ ବିଧାନସଭା ଓ ସଂସଦରେ ସମର୍ଥନ ଜଣାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଶରଦଙ୍କ ସମର୍ଥନ ପରେ ମହିଳାଙ୍କ ସଂରକ୍ଷଣ ପାଇଁ ନବୀନ ଚଳାଇଥିବା ଅଭିଯାନକୁ ବଳ ମିଳିଛି।

ସୂଚନା ଅନୁଯାୟୀ ଭାରତୀୟ କଂଗ୍ରେସ ପାର୍ଟିର ମୁଖ୍ୟ ଶରଦ ପାୱାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହିଳାଙ୍କ ସ୍ଥାନ ସଂରକ୍ଷଣ ନେଇ ଚିଠି ଲେଖି ଜଣାଇଛନ୍ତି । ସେ ଚିଠିରେ ବିଧାନ ସଭା ଏବଂ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣକୁ ସମର୍ଥନ ଜଣାଇଥିବା ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି । ମହାରାଷ୍ଟ୍ରରେ ୨୦୧୧ରୁ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିଛି । ମହିଳାମାନଙ୍କ ସଶକ୍ତିକରଣକୁ ଏନସିପି ସବୁବେଳେ ପ୍ରାଥମିକତା ଦେଇଆସିଛି । ପୂର୍ବରୁ ଏନେଇ ରାଜ୍ୟ ସରକାର ଅନ୍ୟ ରାଜନୈତିକ ସ୍ତରରେ ସମର୍ଥନ ଲୋଡ଼ିଥିଲେ । ମହିଳା ସ୍ଥାନ ସଂରକ୍ଷର ପାଇଁ ନବୀନ ବିଭିନ୍ନ ଦଳକୁ ଚିଠି ଓ ସାକ୍ଷାତ ମାଧ୍ୟମରେ ଜଣାଇଥିବା ବେଳ ଏହାକୁ କେସିଆର , ଅଖିଳେଶ ଯାଦବ ,ନିତିଶ କୁମାର ସମର୍ଥନ ଜଣାଇଥିଲେ ।