ମହିଳା ସଂରକ୍ଷଣ ବିଲ୍‌ ପାଇଁ ଅଣ୍ଟା ଭିଡ଼ିଲେ ରାହୁଲ

0

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ସଂସଦର ଅନ୍ତିମ ପୂର୍ଣ୍ଣାଙ୍ଗ ଅଧିବେଶନ ଶୀତ ଅଧିବେଶନରେ ଆଗତ ହେବାକୁ ଥିବା ମହିଳା ସଂରକ୍ଷଣ ବିଲ୍ ଉପରେ ଏବେ ସମସ୍ତଙ୍କର ନଜର। ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ସଂସଦ ଏବଂ ବିଧାନସଭାରେ ମହିଳାଙ୍କୁ ୧/୩ ସଂରକ୍ଷଣ ପାଇଁ ନିଜ ନିଜ ବିଧାନସଭାରେ ସଂକଳ୍ପ ପାରିତ କରିବାପାଇଁ ସମସ୍ତ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ଏହି ଚିଠିରେ ସେ ଲେଖିଛନ୍ତି, “ଏହି ବିଲ୍‌ ପାଇଁ ସମର୍ଥନ ଜଣାଇବାର ମାର୍ଗ ପ୍ରଶସ୍ତ କରିବାପାଇଁ ବିଭିନ୍ନ ରାଜ୍ୟର ବିଧାନସଭାରେ ସଂକଳ୍ପ ଆଗତ ହେବା ଜରୁରି। ଏହାଫଳରେ ଲୋକସଭା ଏବଂ ବିଧାନସଭାରେ ମହିଳାରେ ମହିଳାଙ୍କୁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ପାଇଁ ବାଟ ଫିଟିଯିବ।”

Leave A Reply

Your email address will not be published.