ମାଛ କାଲିଆ

ପ୍ରସ୍ତୁତି ସାମଗ୍ରୀ- ୫୦୦ଗ୍ରାମ୍‌ ବଡ଼ ମାଛ, ୧କପ୍‌ ତେଲ, ୧ ଚାମଚ ଧନିଆ ଗୁଣ୍ଡ, ୧ଚାମଚ ଜିରା ଗୁଣ୍ଡ, ୧ ଚାମଚ ପୋସ୍ତ, ୩ଗୋଟି ବଡ଼ ପିଆଜ, ୪ପାଖୁଡ଼ା ରସୁଣ, ଅବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ।
ପ୍ରଣାଳୀ- ପ୍ରଥମେ ମାଛକୁ କାଟି ତା’ର ପିତ୍ତ ବାହାରକରି କାତିକୁ ଛଡ଼ାଇ ଭଲଭାବରେ ଧୋଇଦେବେ । ତା’ପରେ ସେଥିରେ ଲୁଣ ହଳଦୀ ଗୋଳାଇ ରଖିବେ । କରେଇରେ ତେଲ ଗରମ କରି ମାଛ ଖଣ୍ଡ ଗୁଡ଼ିକୁ ଲାଲ ଲାଲ କରି ଭାଜିଦେବେ । ଏହାକୁ ବେଶୀ ରୋଷ୍ଟ କରି ଭାଜିବେ ନାହିଁ । ମାଛ ଭାଜିଲା ପରେ ଯାହା ତେଲ ବଳକା ହେବ ସେଥିରେ କଟା ପିଆଜକୁ ପକେଇ ଦେବେ । ପିଆଜ ଲାଲ ହୋଇ ଆସିଲେ ସେଥିରେ ଲୁଣ ହଳଦୀ ପକାଇଦେବେ । ତାକୁ ୫ମିନିଟ୍‌ କଷିଲା ପରେ ସେଥିରେ ଅଳ୍ପ ପାଣି ଦେବେ । ପାଣି ୨ମିନିଟ୍‌ ଫୁଟିଗଲାପରେ ସେଥିରେ ମାଛ ଭଜା ଖଣ୍ଡ ଗୁଡ଼ିକ ପକାଇ ଆଉ ୫ମିନିଟ୍‌ ଫୁଟାଇ ତରକାରୀକୁ ଓହ୍ଲାଇଦେବେ ।