ମାଣବସାରେ କରନ୍ତୁ ସୁନ୍ଦର ଚିତାଉ

ସାମଗ୍ରୀ- ଅରୁଆ ଚାଉଳ- ୧ କପ୍‌, କୋରା ନଡିଆ- ୧ କପ୍‌, ଘିଅ ବା ରିଫାଇନ ତେଲ- ୮ ଛୋଟ ଚାମଚ, ବେକିଙ୍ଗ ସୋଡା-୧/୨ ଛୋଟ ଚାମଚ, ଚିନି- ୨ ଛୋଟ ଚାମଚ, ଲୁଣ- ସ୍ୱାଦ ଅନୁସାରେ ।
ପ୍ରଣାଳୀ- ୪ ଘଣ୍ଟା ବା ପୂର୍ବ ରାତିରୁ ଚାଉଳକୁ ଘୋଟିଏ ପାତ୍ରରେ ବତୁରାଇ ରଖ;ୁ । ପରଦିନ ସକାଳେ ବା ୪ ଘଣ୍ଟା ପରେ ଚାଉଳକୁ ଧୋଇ ନଡିଆ କୋରା, କ୍ଷୀର ଓ ଅଳ୍ପ ପାଣି ଦେଇ ଗ୍ରାଇଣ୍ଡରରେ ଗ୍ରାଇଣ୍ଡିଙ୍ଗ କର;ୁ । ଟିକେ ପତଳା ଆଣ ପ୍ରସ୍ତୁତ କର;ୁ । ଏବେ ଲୁଣ ଓ ଚିନି ମିଶାଇ ଗୋଇଳାଇ ଦିଅ;ୁ । ଯଦି ଆଣ ମୋଟା ବା ବହଳିଆ ହୋଇଯାଇ ଥାଏ ଅଳ୍ପ ପାଣି ଦେଇ ପତଳା କର;ୁ । ଗ୍ୟାସ ଅନ କରି ତାୱା ବସା;ୁ । ତାୱା ଗରମ ହେଲେ ୧ ଚାମଚ ଘିଅ ବା ରିଫାଇନ ତେଲ ଦେଇ ତାୱା ମଝିରେ ଅଳ୍ପ ଆଣ ଦେଇ ଘୋଇଡାଇ ଦିଅ;ୁ । ପିଠାକୁ ଓଲଟାଇବେ ନାହିଁ । ଏପରି ଆଣ ସରିଯିବା ଯାଏଁ କର;ୁ । ପ୍ଲେଟରେ ବାହାର କରି ପରସ;ୁ ।