ଭୁବନେଶ୍ୱର, ୧୪/୦୨ : ବରଗଡ଼ ଜିଲ୍ଲା ଭେଡେନ ଥାନା ରେମଣ୍ଡା ପଂଚାୟତରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଜଣେ ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ୩ଜଣ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବାପ, ପୁଅ ଓ ଜ୍ବାଇଁ ଗିରଫ। ଏମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ୩ ଅଭିଯୁକ୍ତ ବିକ୍ରମ ସରାଫ, ପପୁନ ଓପ୍ରତାପ ସରାଫ। ସମସ୍ତ ଅଭିଯୁକ୍ତ ଯୁବତୀଙ୍କ ସମ୍ପର୍କୀୟ ମାମୁ ଓ ଭାଇ । ଯୁବତୀ ଜଣକ ୧୨ ବର୍ଷ ହେଲା ମାମୁଘରେ ରହୁଥିଲେ । ଗତ ଡିସେମ୍ବର ୧୦ ତାରିଖରେ ଝିଅକୁ ନେଇଯିବାକୁ ଘରକୁ ଲୋକଙ୍କୁ କହିଥିଲେ ମାମୁ । ପରେ ଯୁବତୀ ଜଣକ ଘରକୁ ଯିବା ପରେ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ ପରିବାର । ପରେ ପରିବାର ଲୋକଙ୍କ ଆଗରେ ସବୁ କଥା କହିଥିଲେ ପୀଡିତା । ଗଣୁଦଷ୍କର୍ମ କରିବା ସହ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ଥାନାରେ ଅଭିଯୋଗ ପରେ ତଦନ୍ତ କରି ୩ଜଣଙ୍କୁ ଗିରଫ କରିଛି ପୋଲିସ ।