ଝାରସୁଗୁଡ଼ା,୨୭ /୨: ମାର୍ଚ୍ଚ ୩୧ତାରିଖରୁ ଝାରସୁଗୁଡା ବିମାନ ବନ୍ଦରରୁ ଦେଶର ଛଅଟି ସ୍ଥାନକୁ ସ୍ପାଇସ ଜେଟର ଉଡ଼ାଣ ଆରମ୍ଭ ହେବ । ଆଜି ଠାରୁ ସ୍ପାଇସ ଜେଟ ୱେବସାଇଟରେ ଟିକେଟ ବୁକିଂ ଆରମ୍ଭ ହୋଇଛି । ଏନେଇ ସ୍ପାଇସ ଜେଟର ଚେୟାରମ୍ୟାନ ଅଜୟ ସିଂ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ଝାରସୁଗୁଡା ବିମାନ ବନ୍ଦରରୁ ଦେଶର ଛଅଟି ସ୍ଥାନକୁ ସ୍ପାଇସ ଜେଟର ଉଡ଼ାଣ ଆସନ୍ତା ମାର୍ଚ୍ଚ ୩୧ତାରିଖରୁ ଆରମ୍ଭ ହେବ । ଝାରସୁଗୁଡାରୁ ଦିଲ୍ଲୀ ,ହାଇଦ୍ରାବାଦ ,କୋଲକାତା ,ମୁମ୍ବାଇ ,ରାୟପୁର ଓ ଭୁବନେଶ୍ୱରକୁ ସ୍ପାଇସ ଜେଟର ଉଡ଼ାଣ ହେବ । ଆଜି ଠାରୁ ସ୍ପାଇସ ଜେଟ ୱେବସାଇଟରେ ଟିକେଟ ବୁକିଂ ଆରମ୍ଭ ହୋଇଛି । ନିଷ୍ପତି ପରେ ସ୍ପାଇସ ଜେଟର ଚେୟାରମ୍ୟାନ ଅଜୟ ସିଂ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ , ଆସନ୍ତା ମାର୍ଚ୍ଚ ୩୧ତାରିଖରୁ ଝାରସୁଗୁଡାରୁ ନିୟମିତ ବିମାନ ଉଡାଣ ଉଡିବ ।ଝାରସୁଗୁଡାରୁ ଦେଶର ୩ଟି ସ୍ଥାନ ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ସ୍ପାଇସ ଜେଟର ବିମାନ ଉଡିବ ବୋଲି ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ ଏସ.କେ.ଚୌହ୍ୱାନ ସୂଚନା ଦେଇଥିଲେ। ସ୍ପାଇସ ଜେଟର କର୍ତ୍ତୃପକ୍ଷ ଏନେଇ ପୂର୍ବରୁ ଝାରସୁଗୁଡା ବିମାନ ବନ୍ଦର ପରିଦର୍ଶନ କରିଥିଲେ ।