ଦବଙ୍ଗର ‘ମୁନ୍ନି ବଦ୍ନାମ ହୁଇ’ ହେଉ ବା ହାଉସ୍ଫୁଲ୍ ୨ର ‘ଅନାରକଲୀ ଡିସ୍କୋ ଚଲି’ହେଉ ସବୁବେଳେ ଦର୍ଶକଙ୍କ ମନ ଜିଣିବାରେ ଲାଗିପଡ଼ନ୍ତି ମଲାଇକା ଅରାରା । ବବାହ ବିଚ୍ଛେଦ ପରେ ମଲାଇକା ଏବେ ଫିଲ୍ମ ନିର୍ଦ୍ଦେଶକ ବୋନୀ କପୁରଙ୍କ ଲାଡ୍ଲାଙ୍କ ପ୍ରେମରେ ପାଗଳିନୀ । ଦୁହେଁ ସବୁବେଳେ ପବ୍ଲିକ୍ ପ୍ଲେସରେ ବୁଲାବୁଲି କରୁଥିବାର ଦେଖାଯାଉଛି । ନିକଟରେ ଏ ଦୁହେଁ ଖୋଲାଖୋଲି ଧରାପଡ଼ିଯାଇଥିଲେ ଯାହାର ଫଟୋ ଏବେ ସୋସାଲ ମିଡିଆରେ ଜୋର୍ସୋରରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଅର୍ଜୁନ କପୁର ପୁରା ପ୍ରୋଟେକ୍ଟିଭ୍ ହୋଇପଡ଼ିଛନ୍ତି । ମଲାଇକା ଗାଡିରୁ ଓହ୍ଲାଇବାଠାରୁ ଆରମ୍ଭ କରି ଭଲଭାବେ ଛିଡ଼ାହେବା ପର୍ଯ୍ୟନ୍ତ ଅର୍ଜୁନ ତାଙ୍କ ହାତ ଛାଡୁ ନାହାନ୍ତି । ଏ ପ୍ରେମୀ ଯୁଗଳ ନିଜ ସଂପର୍କକୁ ଘୋଡାଇ ସଂରକ୍ଷଣ ଅବସ୍ଥାରେ ରଖିଥିବାବେଳେ ଏ ଦୁହେଁ କୁଆଡ଼େ ଆଗାମୀ ଦିନରେ ବିବାହ କରିବାକୁ ଯାଉଛନ୍ତି ବୋଲି ଇଣ୍ଡିକେଟ୍ କରିଛନ୍ତି ଫିଲ୍ମ ନିର୍ଦ୍ଦେଶକ କରଣ ଜୋହର । ନିକଟରେ ଲାକ୍ମି ଫ୍ୟାସନ୍ ୱିକ୍ ପାଇଁ ମନୋଜ ଅଗ୍ରୱାଲଙ୍କ ଡ୍ରେସ୍ ପିନ୍ଧି ଫଟୋଶୁଟ୍ କରଇଥିଲେ ମଲାଇକା । ଏନେଇ ମଲାଇକା ନିଜ ଇନ୍ଷ୍ଟାଗ୍ରାମ୍ରେ ଏକ ଫଟୋ ଅପ୍ଲୋଡ୍ କରିଥିଲେ । ତେବେ ମଲାଇକା ଅପ୍ଲୋଡ୍ କରିଥିବା ଫଟୋରେ ସୋସାଲ ମିଡ଼ିଆ ୟୁଜରମାନେ ବିଭିନ୍ନ ପ୍ରକାରର କମେଣ୍ଟ ଦେଇଛନ୍ତି । କିଏ ଲେଖିଲା ମଛଲି ଜଲ୍କି ରାନୀ ହୈ, ତ ଆଉ କିଏ ଲେଖିଲା ମାଡାମ୍- ଆପଣ ଦିନକୁ ଦିନ ବୁଢ଼ୀ ଦେଖାଗଲେଣି ପୁଣି ଆଉ କିଏ ଲେଖିଲା ବୁଢ଼ି ହୋଇଗଲେଣି ସତସଙ୍ଗ ଯାଅ ଏହି ଭଳି କମେଣ୍ଟର ବର୍ଷା କରିଥିଲେ ୟୁଜରମାନେ ମଲାଇକା ଅରୋରାଙ୍କ ଫଟୋରେ ।