ନୂଆଦିଲ୍ଲୀ, ୫/୧୦ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ, ମଧ୍ୟପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନରେ ମାୟାବତୀ ତାଙ୍କ ଦଳ ସହ ମେଂଟ ନକଲେ କଂଗ୍ରେସ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ମାୟାବତୀ କିଛି ଦିନ ପୂର୍ବରୁ କହିଥିଲେ ଯେ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ସହ ମେଂଟ କରିବ ନାହିଁ । ଏହି ସମୟରେ ମାୟାବତୀଙ୍କ ବୟାନ କଂଗ୍ରେସକୁ ଝଟକା ଦେବା ଭଳି ଥିଲା । ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପରେ ରାହୁଲ କହିଛନ୍ତି ଯେ, ତାଙ୍କୁ ଲାଗୁନି କି ମଧ୍ୟପ୍ରଦେଶରେ ବିଏସପି ଗଠବନ୍ଧନ ନକଲେ ଏହା କଂଗ୍ରେସ ଉପରେ କୌଣସି ପ୍ରଭାବ ପଡିବନାହିଁ । ଯଦି ମେଂଟ ହୋଇଥାନ୍ତା ତେବେ ବହୁତ ଭଲ ହୋଇଥାନ୍ତା । ସେ ଆଶା ରଖିଛନ୍ତି ଯେ, ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ତେଲେଙ୍ଗାନାରେ ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ଜିତିବ ।