ମିଜୋରାମ ମୁଖ୍ୟମନ୍ତ୍ରୀ ୨ଟି ଯାକ ଆସନରୁ ହାରିଲେ

ମିଜୋରାମ ,୧୧।୧୨: ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲ ଥାନଓ୍ବାଲା ଏଥର ବିଧାନସଭା ନିର୍ବାଚନ ପାଇଁ ୨ଟି ଆସନରେ ପ୍ରତିଦ୍ୱନ୍ଦିତା କରୁଥିଲେ ସୁଦ୍ଧା ୨ଟି ଯାକ ଆସନରେ ହାରି ଯାଇଛନ୍ତି। ସେ ସରଚିପ ଓ ସାଉଥ୍‌ ଚମ୍ଫାଇ ଆସନରୁ ପ୍ରତିଦ୍ୱନ୍ଦିତା କରୁଥିଲେ। ଏଠାରେ ସଂଖ୍ୟା ଗରିଷ୍ଠତା ପାଇଁ ୨୧ଟି ଆସନ ଆବଶ୍ୟକତା ଥିବା ବେଳେ ଏମ୍‌ଏନ୍‌ଏଫ୍‌ ଏହାର ନିକଟବର୍ତ୍ତି ହେବାରେ ଲାଗିଛି। ତେଣୁ ଆଶା କରାଯାଉଛି କଂଗ୍ରେସକୁ ପଛରେ ପକାଇ ହୁଏତ ଏମ୍‌ଏନ୍‌ଏଫ୍‌ ଏଥର ମିଜୋରାମରେ ସରକାର ଗଠନ କରିବ।