ଭୁବନେଶ୍ୱର ,୩/୧: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆଜି ପଶ୍ଚିମ ଓଡ଼ିଶାର ବିଧାୟକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ପଶ୍ଚିମ ଓଡ଼ିଶାର ବିଧାୟକ ଦଳ ପୂର୍ବରୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟିବାକୁ ଯାଇ ବିଫଳ ହୋଇଥିଲେ। ବିଧାୟକ ଦଳ ପୂର୍ବରୁ ଅନୁମତି ନନେଇ ଦାବି ଜଣାଇବାକୁ ହାଇକୋର୍ଟ ଆସିଥିବାରୁ ମୁଖ୍ୟ ବିଚାରପତିଙ୍କୁ ଭେଟି ପାରି ନଥିବା ସୂଚନା ମିଳିଛି। ଫଳରେ ସେମାନେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିବାକୁ ସ୍ଥିର କରିଥିଲେ।
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଗାମୀ ଜାନୁଆରି ୭ରୁ ଅର୍ଥନୈତିକ ଅବରୋଧ ହେବ। ଓକିଲ ସଂଘ ଏହି ନିଷ୍ପତ୍ତି ନେଇଛି। ତିନି ଦିବସୀୟ ଅର୍ଥନୈତିକ ଅବରୋଧ ୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଏହି ଅର୍ଥନୈତିକ ଅବରୋଧ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଅବରୋଧ ସମୟରେ କେବଳ ଟ୍ରକ ଗୁଡ଼ିକୁ ଅଟକ ରଖାଯିବ।