ମୁଲାୟମ-ଅଖିଳେଶଙ୍କ ସମ୍ପତ୍ତିକୁ ନେଇ ସିବିଆଇକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ,୨୫/୩: ସୁପ୍ରିମକୋର୍ଟ ଏସପି ନେତା ମୁଲାୟମ ସିଂହ ଯାଦବ ଏବଂ ତାଙ୍କ ପୁଅ ଅଖିଳେଶ ଯାଦବ ବିରୋଧରେ ଆୟବର୍ହିଭୂତ ସଂପତ୍ତି ଠୁଳ କରିବା ମାମଲାରେ ସିବିଆଇକୁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ କରିବା ନେଇ ଦାବି କରିଥିବା ଏକ ଆବେଦନର ଶୁଣାଣି କରି ସୋମବାର ଦିନ ତଦନ୍ତକାରୀ ସଂସ୍ଥାଙ୍କୁ ନୋଟିସ କରିଛନ୍ତି ସର୍ବୋଚ୍ଚ ଅଦାଲତ ।

ପ୍ରଧାନ ବିଚରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ସିବିଆଇକୁ ଏହି ମାମଲାରେ ଚାଲିଥିବା ତଦନ୍ତର ସ୍ଥିତି ସମ୍ପର୍କରେ ଦୁଇ ସପ୍ତାହ ମଧ୍ୟରେ ନିଜର ଜବାବ ଦାଖଲ କରିବାକୁ କହିଛନ୍ତି । ବରିଷ୍ଠ ଓକିଲ ବିଶ୍ୱନାଥ ଚର୍ତୁବେଦୀ କୋର୍ଟରେ ଏହି ଆବେଦନ ଦାଖଲ କରିଥିଲେ । ସେ ଏହି ଆବେଦନରେ ଦାବି କରିଥିଲେ ଯେ ସିବିଆଇକୁ ମୁଲାୟମ ସିଂ ଯାଦବ ଏବଂ ଅଖିଳେଶ ସିଂହ ଯାଦବଙ୍କ ସମ୍ପତ୍ତିର ତଦନ୍ତ ରିପୋର୍ଟ କୋର୍ଟରେ ରଖିବାକୁ ନିର୍ଦ୍ଦେଶ ଦିଆଯାଉ ।

ଆବେଦନରେ କୁହାଯାଇଥିଲା ଯେ ତଦନ୍ତ ଶେଷ ହୋଇଯାଇଛି ଏବଂ ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ ଯାଦବ ପରିବାର ପାଖରେ ଆୟାରୁ ଅଧିକ ସମ୍ପତ୍ତି ରହିଛି । ଏହି ମାମଲାରେ ଛଅ ବର୍ଷ ବିତି ଗଲାଣି ତଥାପି ସିବିଆଇ ଏନେଇ ରିପୋର୍ଟ କୌଣସି କୋର୍ଟରେ ଦାଖଲ କରିନାହିଁ । 2013ରେ କରାଯାଇଥିବା ଆକଳନରେ ଏହି ସମ୍ପତ୍ତି 24 କୋଟିରୁ ଅଧିକ ଥିଲା ଜଣାପଡିଥିଲା ।

Leave A Reply

Your email address will not be published.