ମୁଲାୟମ ସିଂଙ୍କ ପାଇଁ ରାଲି କରିବେ ମାୟାବତୀ

ଲକ୍ଷ୍ନୌ,୧୫/୩: ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍‌ ସିଂ ଯାଦବଙ୍କ ପାଇଁ ବହୁଜନ ସମାଜବାଦୀ ଅଧ୍ୟକ୍ଷା ମାୟାବତୀ ରାଲି କରିବେ। ଏପ୍ରିଲ୍‌ ୧୯ରେ ରାଲି ହେବାର କାର୍ଯ୍ୟକ୍ରମ ରହିଛି। ମୁଲାୟମ୍‌ ମୈନପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ସୂଚନାଯୋଗ୍ୟ, ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ମଧ୍ୟରେ ମେଣ୍ଟ ହୋଇଛି। ଏହା ଅନୁସାରେ ଆସନ ଭାଗବଣ୍ଟା ସହିତ ନିର୍ବାଚନ ପ୍ରଚାରରେ ଆପୋଷ ସହଯୋଗ ପାଇଁ ନିଷ୍ପତ୍ତି ହୋଇଛି।