ମେଥି ପରଟା

ପ୍ରସ୍ତୁତି ସାମଗ୍ରୀ-୨ବିଡ଼ା ମେଥିଶାଗ, ୧ଟି ବଡ଼ ପିଆଜ, ଅଳ୍ପ କଟା ଧନିଆପତ୍ର, ୨ଛୋଟ ଚାମଚ ଲେଖାଏଁ କଟାକଞ୍ଚଲଙ୍କା ଓ ଚୂନା ଚୂନା କଟାଅଦା, ୧୫୦ଗ୍ରାମ୍‌. ଅଟା, ୧୫୦ଗ୍ରାମ୍‌. ମଇଦା, ୨ବଡ଼ଚାମଚ ରିଫାଇନ୍‌ ତେଲ, ୪ବଡ଼ ଚାମଚ ଘିଅ, ସ୍ୱାଦ ଅନୁସାରେ ଲୁଣ ।
ପ୍ରଣାଳୀ-ଅଟା ଓ ମଇଦାକୁ ଏକାଠି ମିଶା;ୁ । ଲୁଣ ଓ ରିଫାଇନ୍‌ ତେଲ ପକାଇ ହାତରେ ଗୋଳା;ୁ । ମେଥି ଶାଗକୁ ଧୋଇ ପାଣି ନିଗାଡ଼ି ଚୂନା ଚୂନା କରି କାଟି ରଖ;ୁ । ଅଟା ଓ ମଇଦାର ମିଶ୍ରଣରେ କଟାମେଥି ସାଗ, କଟାପିଆଜ, କଟାଅଦା, କଟାଲଙ୍କା, କଟାଧନିଆପତ୍ରକୁ ମିଶାଇ ଅଳ୍ପ ପାଣି ଦେଇ ଚକଟି ରଖ;ୁ । ସମାନ ଭାଗରେ ବଡ଼ ବଡ଼ ଗୁଳା କରି ମୋଟା ମୋଟା ରୁଟି ଆକାରରେ ବେଲି ରଖ;ୁ । ତା’ପରେ ଏହାକୁ ଗରମ, ତାୱାରେ ପକାଇ ଦୁଇ ପଟେ ଘିଅ ଦେଇ ଲାଲହେବା ପର୍ଯ୍ୟନ୍ତ ସେକ;ୁ । ଏହାକୁ ଗରମ ଗରମ ଆଚାର କିମ୍ବା ଚଟଣି ସହିତ ପରିବେଷଣ କର;ୁ ।