ମେଲବୋର୍ଣ୍ଣ, ୨୭/୧୨: ମେଲବୋର୍ଣ୍ଣ ଟେଷ୍ଟରେ ବ୍ୟାଟ୍ମ୍ୟାନ୍ଙ୍କ ଦମ୍ଦାର ପ୍ରଦର୍ଶନ ବଳରେ ଭାରତ ଦୃଢ଼ ସ୍ଥିତିରେ ରହିଛି । ଦ୍ୱିତୀୟ ଦିନ ଶେଷସୁଦ୍ଧା ଭାରତ ୪୪୩ରେ ପାଳି ଘୋଷଣା କରିଥିବା ବେଳେ ଅଷ୍ଟ୍ରେଲିଆ କୌଣସି ୱିକେଟ ନ ହରାଇ ୮ ରନ୍ କରିଛି । ଭାରତ ପକ୍ଷରୁ ଚେତେଶ୍ୱର ପୂଜାରା ସର୍ବାଧିକ ୧୦୬ ରନର ଇନିଂସ ଖେଳିଥିବା ବେଳେ କ୍ୟାପଟେନ କୋହଲି ୮୨ ଓ ରୋହିତ ଶର୍ମା ୬୩ ରନ୍ କରି ଅପରାଜିତ ରହିଥିଲେ । ଗତକାଲିର ଅସମାପ୍ତ ଇନିଂସକୁ ଗୁରୁବାର ଚେତେଶ୍ୱର ପୂଜାରା ଓ ଅଧିନାୟକ ବିରାଟ କୋହଲି ଆଗକୁ ବଢ଼ାଇ ଥିଲେ । ୬୯ ରନ୍ କରି ଅପରାଜିତ ଥିବା ଚେତେଶ୍ୱର ପୂଜାରା ଆଜି ଶତକ ପୂରଣ କରିଥିଲେ । କ୍ୟାପଟେନ କୋହଲି ଆଜି ଅର୍ଦ୍ଧଶତକ କରିବାରେ ସଫଳ ହୋଇଥିଲା ବେଳେ ଅଳ୍ପକେ ଶତକୁ ବଞ୍ଚିତ ହୋଇଥିଲେ । ଏହାପରେ ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ ୭୬ ବଲ୍ରେ ୩୪ ରନ୍ କରି ଆଉଟ୍ ହୋଇଥିବା ବେଳେ ରୋହିତ ଶର୍ମା ୬୩ ରନ୍ କରି ଅପରାଜିତ ରହିଥିଲେ । ୱିକେଟ୍ କିପର ରିଷଭ ପନ୍ତ ୩୯ ରନ୍ କରି ଆଉଟ୍ ହୋଇଥିବା ବେଳେ ରବୀନ୍ଦ୍ର ଜାଡେଜା ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲେ ।
