ମେଲ୍‌ବୋର୍ଣ୍ଣ ଟେଷ୍ଟ: ବିଜୟ, ରାହୁଲ୍‌ ବାଦ୍‌, ଫେରିଲେ ରୋହିତ, ଜାଡ଼େଜା, ମୟଙ୍କ ନବାଗତ

ନୂଆଦିଲ୍ଲୀ, ୨୫/୧୨: ଭାରତ-ଅଷ୍ଟ୍ରେଲିଆ ମେଲ୍‌ବୋର୍ଣ୍ଣ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ସରିଜ୍‌ ବରାମର ସ୍ତରରେ ଥିବାରୁ ଏହି ମ୍ୟାଚ୍‌କୁ ନେଇ ଦୁଇ ଦଳ ଉତ୍ସାହିତ ଅଛନ୍ତି । ତେବେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି । ଖରାପ୍‌ ଫର୍ମ ଦେଇ ଗତିକରୁଥିବା ମୁରଲୀ ବିଜୟ ଓ ଲୋକେଶ ରାହୁଲୁଙ୍କୁ ଦଳରୁ ବାଦ୍‌ ଦିଆଯାଇଥିବା ବେଳେ ଆହତ ସମସ୍ୟାରେ ଥିବା ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡ଼େଜାଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ସେବେ ସବୁଠୁ ଖାସ୍‌ କଥା ହେଲା ଡେବୁ୍ୟଟନ୍‌ ଭାବେ ମୟଙ୍କ ଅଗ୍ରୱାଲଙ୍କୁ ସୁଯୋଗ ମିଳିଛି । ସୂଡ଼ାନ୍ତ ଏଗାରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ- ମୟଙ୍କ ଅଗ୍ରୱାଲ, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ବିରାଟ କୋହଲୀ, ଆଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ଋିଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମୀ, ଇଶାନ୍ତ ଶର୍ମା ଏବଂ ଜଶପ୍ରୀତ ବୁମରା ।