ବହୁ ପୁରୁଣା କାଳରୁ ବିବାହ ହେଉ ଅବା ଉସିବ ହାତରେ ମେହେନ୍ଦି ଲଗାଇବା ଯୁବତୀଙ୍କୁ ଖୁବ୍ ଭଲ ପାଆନ୍ତି । ମେହେନ୍ଦି ରଙ୍ଗରେ ରଙ୍ଗୀନ୍ ଫୁଲର ସୁନ୍ଦର ଚିତ୍ର ଆଙ୍କି ହାତକୁ ସଜାଇବାକୁ । କେବଳ ସଜ ହେବା ପାଇଁ ଯେ ମେହେନ୍ଦି ଲୋଡା ହୋଇଥାଏ ତାହା ନୁହେଁ ମେହେନ୍ଦି ପତ୍ରରେ ରହିଥାଏ ବିଶେଷ ଉପକାରିତା ଯାହା ସଜାଇବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକାରୀ ହୋଇଥାଏ । ତେବେ ମେହେନ୍ଦି ପତ୍ରର ଉପକାରିତା-
* ଗୋଡରୁ ଛାଲ ପଡିଲେ- ଯଦି ଗୋଡରେ ଛାଲ ପଡେ କିମ୍ବା ଚପଲ ଯୋଗୁଁ ଚମଡା କଟିଯାଏ । ତେବେ ସେହି ସ୍ଥାନରେ ନଡିଆ ତେଲରେ ମେହେନ୍ଦି ମିଶାଇ ଲଗାଇବା ଦ୍ୱାରା ସେଠାରେ ପୋଡାଜଳା କମିଯାଏ ଓ ତୁରନ୍ତ ଆରାମ ମିଳେ ।
* ତୁଣ୍ଡ ଘା’ ହେଲେ – ତୁଣ୍ଡ ଘା’ ହେବା ଦ୍ୱାରା ଖାଇବା ସମୟରେ ବହୁତ କଷ୍ଟ ହୋଇଥାଏ । ସେଥିପାଇଁ ମେହେନ୍ଦି ପତ୍ରକୁ ରାତିରେ ସଫା ପାଣିରେ ଭିଜାଇ ରଖିଲେ ସକାଳେ ସେହି ପାଣିକୁ କୁଳି କରିବା ଦ୍ୱାରା ଶୀଘ୍ର ଠିକ୍ ହୋଇଯାଏ ।
* ଖଣ୍ଡିଆ ହେଲେ- ଶରୀରରେ କୌଣସି ସ୍ଥାନରେ କ୍ଷତ ହେଲେ ସେହି ସ୍ଥାନଟି ଦରଜ ହୋଇଯାଏ । ଫଳରେ ମେହେନ୍ଦି ପତ୍ରକୁ ବାଟି କ୍ଷତ ହୋଇଥିବା ସ୍ଥାନରେ ଅଳ୍ପ ହଳଦୀ ସହ ମିଶାଇ ଲଗାଇବା ଦ୍ୱାରା ଆଘାତ ହୋଇଥିବା ସ୍ଥାନଟି ବାନ୍ଧି ହୋଇଯାଏ ଓ ଦରଜ କମିଯାଏ ।
* ଟିବି ପାଇଁ ଉପଯୋଗୀ- ମେହେନ୍ଦି ଟିବି ଭଳି ମହାମାରୀକୁ ନାଶ କରିବାରେ ସକ୍ଷମ ହୋଇଥାଏ । ଏଥିରେ ଥିବା ଆଣ୍ଟିବ୍ୟାକେଫରିଆ ହେତୁ ଟିବି ଭଳି ଦୁସାଧ୍ୟ ରୋଗକୁ ନାଶ କରିବାରେ ସାହାଯ୍ୟ କରିଥାଏ । ଏହାର ପତ୍ରକୁ ବାଟି ବ୍ୟବହାର କରିବା ଦ୍ୱାରା ରୋଗରୁ ଆଶ୍ୱସ୍ତି ମିଳିଥାଏ । କିନ୍ତୁ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।
* ପେଟ ସମସ୍ୟା- ମେହେନ୍ଦିରେ ଏପରି ବହୁ ଗୁଣକାରୀ ଶକ୍ତି ଅଛି ଯାହା ପେଟରେ ହେଉଥିବା ସମସ୍ୟାରୁ ରକ୍ଷା କରିଥାଏ । ଆୟୁର୍ବେଦ ଅନୁଯାୟୀ ଏହାକୁ ଭିନ୍ନ ଭିନ୍ନ ପ୍ରକାରରେ ସେବନ କରି ପେଟ ସମସ୍ୟାକୁ ଦୁର କରାଯାଏ । ମେହେନ୍ଦି ପତ୍ର ସେବନ କରିବା ଦ୍ୱାରା କୌଣସି ପାଶ୍ୱର୍ ପ୍ରତିକ୍ରିୟା ହୋଇନଥାଏ ।
* ଦରଜ ହେଲେ- ମେହେନ୍ଦି ପତ୍ରର ଶିରା ଗୁଡିକୁ ଥଣ୍ଡା ପାଇବା ପାଇଁ ବ୍ୟବହାର କରାଯାଏ । ଯଦି ମୁଣ୍ଡବ୍ୟଥା ହୁଏ ମେହେନ୍ଦି ପତ୍ରକୁ ବାଟି ଲଗାଇବା ଦ୍ୱାରା ତୁରନ୍ତ ଆଶ୍ୱସ୍ତି ମିଳିଥାଏ । କୌଣସି ସ୍ଥାନ ଦରଜ ହୋଇଥିଲେ ମଧ୍ୟ ଏହା ଉପଯୁକ୍ତ ପ୍ରାକୃତିକ ସୁପଚାର ହୋଇଥାଏ ।
* ପୋଡାଜଳାରୁ ରକ୍ଷା- ଯଦି ଶରୀରର କୌଣସି ସ୍ଥାନରେ ଆଘାତ ହେତୁ ପୋଡାଜଳା ହୋଇଥାଏ ତେବେ ସେଠାରେ ମେହେନ୍ଦି ପତ୍ର ବାଟି ଲେପନ କରିବା ଦ୍ୱାରା ଥଣ୍ଡା ଲାଗିବା ସହ ଜଳାପୋଡା କମ୍ ହୋଇଥାଏ ।
* କେଶ ସୁନ୍ଦର କରେ- କେଶରେ ରୁଖାପଣ ଓ ସମସ୍ୟାକୁ ଦୂରେଇବା ପାଇଁ ଏହାକୁ ଉପଯୋଗ କରାଯାଏ । ଏହା କେଶରେ ପ୍ରାକୃତିକ କଣ୍ଡିଶନର ରୂପେ କାର୍ଯ୍ୟ କରିଥାଏ ଯାହା କେଶରେ ଚମକ ଆଣିଥାଏ ଓ ଅଳ୍ପ ରଙ୍ଗୀନ ମଧ୍ୟ ଦେଖାଯାଏ ।
* ଆଣ୍ଟିଫଙ୍ଗଲ୍ ତତ୍ତ୍ୱ- ହିନାରେ ଆଣ୍ଟିଫଙ୍ଗଲ୍ ତତ୍ତ୍ୱ ରହିଥାଏ ଯାହା ଶରୀରରେ ଫଙ୍ଗଲ୍ ଦ୍ୱାରା ହେଉଥିବା ସଂକ୍ରମଣରୁ ରକ୍ଷା କରିଥାଏ । ଦାଗ ହୋଇଥିବା ସ୍ଥାନରେ ହିନା ଲଗାଇବା ଦ୍ୱାରା କିଛି ଦିନରେ ଦାଗ ଦୂର ହୋଇଯାଏ ।
Next Post