ମେ’ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ

ଭୁବନେଶ୍ୱର,୬/୪: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆସନ୍ତା ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ। ଏ ନେଇ ଶୁକ୍ରବାର ସିବିଏସ୍‌ଇ ପକ୍ଷରୁ ଘୋଷଣା କରାଯାଇଛି। ପରୀକ୍ଷା ଫଳ ସିବିଏସ୍‌ଇ ଓ୍ବେବ୍‌ସାଇଟ୍‌ cbseresults.nic.inରେ ଉପଲବ୍ଧ ହେବ। ଖୁବ୍‌ଶୀଘ୍ର ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ। ଗତବର୍ଷ ମେ’ ୨୬ରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଚଳିତବର୍ଷ ଦ୍ୱାଦଶ ପରୀକ୍ଷା ଫେବୃୟାରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୩ରେ ଶେଷ ହୋଇଥିଲା।