ମୋଦିଙ୍କ ବଦଳରେ ଅମିତାଭ ବଚ୍ଚନଙ୍କୁ ପ୍ରଧାନମନ୍ତ୍ରୀ କରାଗଲେ ଭଲ : ପ୍ରିୟଙ୍କା ଗାନ୍ଧି

ମିର୍ଜାପୁର,୧୭/୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଶ୍ୱର ସବୁଠାରୁ ବଡ଼ ଅଭିନେତା ବୋଲି ତାଚ୍ଛଲ୍ୟ କରି ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଲୋକମାନେ ଯଦି ଜଣେ ବଡ଼ ଅଭିନେତାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି ତା’ହେଲେ ନରେନ୍ଦ୍ର ମୋଦିଙ୍କ ବଦଳରେ ବରଂ ଅଭିନେତା ଅମିତାଭ ବଚ୍ଚନଙ୍କୁ ଦେଶର ପ୍ରଧାନମନ୍ତ୍ରୀ ପଦରେ ବସାଇବା ଉଚିତ ହେବ।

ଉତ୍ତର ପ୍ରଦେଶର ମିର୍ଜାପୁରରେ ଏକ ରାଲିରେ ଉଦ୍‌ବୋଧନ ଦେଇ ପ୍ରିୟଙ୍କା କହିଛନ୍ତି, “ଆପଣ ଭାବନ୍ତୁ ଯେ ଆପଣ ଦୁନିଆର ସବୁଠାରୁ ବଡ଼ ଅଭିନେତାଙ୍କୁ ନିଜର ପ୍ରଧାନମନ୍ତ୍ରୀ ଭାବେ ଚୟନ କରିଛନ୍ତି। ଆପଣମାନେ ଯଦି ବଲିଉଡ୍‌ର ବିଗ ବି ଅମିତାଭ ବଚ୍ଚନଙ୍କୁ ନିଜର ପ୍ରଧାନମନ୍ତ୍ରୀ ରୂପେ ଚୟନ କରିଥାଆନ୍ତେ, ତା’ହେଲେ ଭଲ ହୋଇଥାଆନ୍ତା।”