ମୋଦିଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିªଣୀ ଦେଇ ସାମ୍ବାଦିକ ଦଣ୍ଡିତ

ଗୌହାଟି, ୧୯/୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିªଣୀ ଦେଇଥିବା ସାମ୍ବାଦିକ କିଶୋରଚନ୍ଦ୍ର ବଙ୍ଗଖେମଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ଆଇନ(ଏନଏସଏ) ଆଧାରରେ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ନଭେମ୍ବର ୨୦ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା । ଏହା ପରେ ୨୬ ନଭେମ୍ବରରେ ସିଜିଏମ କୋର୍ଟ ତାଙ୍କୁ ୭୦ ହଜାର ଜରିମାନାରେ ଜାମିନ ପ୍ରଦାନ କରିଥିଲା । ତେବେ ବର୍ତ୍ତମାନ ଏନଏସଏ ଆଧାରରେ ତାଙ୍କୁ ୧ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ୧୧ ଡିସେମ୍ବରରେ ରିଭୁ୍ୟ କମିଟିକୁ ଆଦେଶ ମିଳିବା ପରେ ୧୩ ଡିସେମ୍ବରର ରିପୋର୍ଟରେ କୁହାଯାଇଥିଲା କି, ବଙ୍ଗଖେମଙ୍କୁ ୧ ବର୍ଷ ପର୍ଯ୍ୟନ୍ତ ଜେଲରେ ରଖାଯିବ । ତେବେ ଏଥିରେ ଏନଏନଏସକୁ ଦାୟୀ କରି ହାଇକୋର୍ଟର ଆଶ୍ରୟ ନେବେ ବୋଲି ବାଙ୍ଗଖେମେଙ୍କ ଓକିଲ କହିଛନ୍ତି । ଗତମାସ ମଣିପୁର ସରକାର ରାଣୀ ଲକ୍ଷ୍ମୀବାଇଙ୍କ ଜୟନ୍ତୀ ପାଳନ କରିବାକୁ ନେଇଥିବା ନିଷ୍ପତିରେ ଆପତ୍ତି ଦର୍ଶାଇ ବାଙ୍ଗଖେମ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଭିଡିଓଟି ଇଂଗ୍ରାଜୀ ଏବଂ ମେଇତୀ ଭାଷାରେ ପୋଷ୍ଟ ହୋଇଥିଲା । ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଏନ ବିରେସିଂହଙ୍କ ବିରୁଦ୍ଧରେ ଆପତ୍ତିଜନକ ଭାଷା ବ୍ୟବହାର ହୋଇଥିବା ଅଭିଯୋଗ ହୋଇଥିଲା ।