ମୟୁରଭଞ୍ଜ ଜିଲ୍ଲା ପରିଷଦ ଉପ-ନିର୍ବାଚନରେ ବିଜେଡ଼ିର ବିଜୟ

ବାରିପଦା,୭/୧୨: ମୟୁରଭଞ୍ଜ ଜିଲ୍ଲାର ବିଜାତଳା ଜିଲ୍ଲା ପରିଷଦ ଉପ-ନିର୍ବାଚନରେ ବିଜେଡ଼ିକୁ ବିଜୟ ମିଳିଛି। ବିଜେଡି ପ୍ରାର୍ଥୀ ରଘୁନାଥ ମାଝୀ ବିଜେପିର କୁତୁଲ ହାଁସଦାକୁ ହରାଇଛନ୍ତି। ଜିଲ୍ଲା ପରିଷଦର ୩୨ ନମ୍ବର ଜୋନ୍‌ ପାଇଁ ହୋଇଥିବା ନିର୍ବାଚନରେ ବିଜୁ ଜନତା ଦଳକୁ ୮୮୭୫ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ଭାରତୀୟ ଜନତା ପାର୍ଟିକୁ ୪୬୬୩ ଖଣ୍ଡ ଭୋଟ୍‌ ମିଳିଛି। ସେହିପରି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ୨୭୬୮ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ କଂଗ୍ରେସକୁ ମାତ୍ର ୧୭୬ ଖଣ୍ଡ ଭୋଟ୍‌ ମିଳିଛି।