ରକ୍ତଚାପରୁ ରକ୍ଷା କରେ ପନିର୍‌

ପନିର୍‌ ଉଚ୍ଚ ରକ୍ତଚାପରୁ ରକ୍ଷା କରେ ବୋଲି ଏକ ଅଧ୍ୟୟନରୁ ବୈðଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି । ଦୁଗ›ଜାତୀୟ ଉପିାଦ ମାଧ୍ୟମରେ ସୋଡିୟମ୍‌ ସେବନ କରୁଥିଲେ ହୃଦ୍‌ ପ୍ରଣାଳୀ ଉପରେ ଥିବା ଏହାର ହାନିକାରକ ପ୍ରଭାବରୁ ପନୀର୍‌ ରକ୍ଷା କରିଥାଏ । ପନିର୍‌ରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ ଉପାଦାନରୁ ଏହି ସୁରକ୍ଷା ମିଳେ ବୋଲି ଗବେଷକମାନେ କହିଛନ୍ତି । ଖାଦ୍ୟ ସଚେତନତାରେ ସୋଡିୟମ୍‌ର ପରିମାଣରେ ନିୟନ୍ତ୍ରଣ ରଖିବାକୁ ପ୍ରସ୍ତାବ ଦିଆଯାଉଥିବାବେଳେ ସଦ୍ୟ ଅଧ୍ୟୟନ ଏହାକୁ ଖଣ୍ଡନ କରିଛି । ଅଧ୍ୟୟନର ତଥ୍ୟ ଅନୁସାରେ, ଦୁଗ› ଉପିାଦ ଯେମିତିକି ପନିର୍‌ ମାଧ୍ୟମରେ ସୋଡିୟମ୍‌ ସେବନ ରକ୍ଷାକାରୀ ହୋଇପାରେ । ଆମେରିକାର ପେନ୍‌ସିଲଭାନିଆ ଷ୍ଟେଟ୍‌ ୟୁନିଭରର୍ସିଟିର ସହ ପ୍ରଫେସର୍‌ ଲାସି ଆଲେକ୍‌ଜାଣ୍ଡର୍‌ ଏହା କହିଛନ୍ତି । ଅଧିକ ଦୁଗ›ଜାତୀୟ ଉପିାଦ ଖାଉଥିବା ବ୍ୟକ୍ତିଙ୍କ ରକ୍ତଚାପ ନିମ୍ନ ରହେ । ଅନ୍ୟ ଉପିାଦ ତୁଳନାରେ ପନିର୍‌ ମାଧ୍ୟମରେ ସୋଡିୟମ୍‌ ଶରୀରକୁ ଗଲେ ହୃତପିଣ୍ଡ ଉପରେ ତା’ର ନକାରାତ୍ମକ ପ୍ରଭାବ ନଥାଏ । ପନିର୍‌ରେ ଉପଲବ୍ଧ ପ୍ରୋଟିନ୍‌ ଓ ପୋଷକ ତ‰ ସୋଡିୟମ୍‌ର ନକାରାତ୍ମକ ପ୍ରଭାବରୁ ରକ୍ତବାହିକାକୁ ସୁରକ୍ଷା ପ୍ରଦାନ କରେ । ତେବେ ଏହି ସୁରକ୍ଷା ଦୀର୍ଘକାଳୀନ କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ । ଅଧ୍ୟୟନ ନିମନ୍ତେ ଗବେଷକମାନେ ପ୍ରତିଯୋଗୀଙ୍କୁ ତିନି ଦିନ ମଧ୍ୟରେ ୫ଟି ଭିନ୍ନ ଭିନ୍ନ ସମୟରେ ପନିର୍‌ ଓ ସୋୟା ପନିର୍‌ ଖାଇବାକୁ ଦେଇଥିଲେ । ଏହାପରେ ହୃଦ୍‌ ପ୍ରଣାଳୀ ଉପରେ ପ୍ରତ୍ୟେକ ଖାଦ୍ୟର ପ୍ରଭାବକୁ ସେମାନେ ତୁଳନା କରିଥିଲେ । ବ୍ରିଟିଶ୍‌ ପତ୍ରିକା ‘ନୁ୍ୟଟ୍ରିସନ୍‌’ରେ ଏହି ଅଧ୍ୟୟନ ବିଷୟରେ ପ୍ରକାଶ ପାଇଛି ।