ରକ୍ଷା ଉପକରଣ କିଣିବାକୁ ୨୭୦୦ କୋଟି ଟଙ୍କାର ମଞ୍ଜୁରୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୨୭/୨ : ବାଲାକୋଟରେ ବିମାନ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ସୀମାରେ ଏବେ ସଙ୍ଗୀନ ପରିସ୍ଥିତି ସୃଷ୍ଟି ହୋଇଛି । ସରକାର ଏବେ ପାଖାପାଖି ୨୭୦୦ କୋଟି ଟଙ୍କାର ରକ୍ଷା ଉପକରଣ କିଣିବା ପାଇଁ ମଞ୍ଜୁରୀ ଦେଇଛନ୍ତି ।

ନ୍ୟୁଜ ସଂସ୍ଥା ପିଟିଆଇ ମୁତାବକ, ରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ରକ୍ଷା ଅଧିଗ୍ରହଣ ପରିଷଦର ବୈଠକରେ ପାଖାପାଖି ୨୭୦୦ କୋଟି ଟଙ୍କା ରକ୍ଷା ଉପକରଣ କିଣିବାକୁ ମଞ୍ଜୁରୀ ଦେଇଛନ୍ତି । ଭାରତୀୟ ନୌସେନା ପାଇଁ ତିନି କ୍ୟାଡେଟ ପ୍ରଶିକ୍ଷଣ ଜାହାଜ କିଣିବା ପାଇଁ ମଞ୍ଜୁରୀ ଦେଇଛନ୍ତି । ଏହାର ବ୍ୟବହାର ପ୍ରଶିକ୍ଷିତ ମହିଳା ଅଧୀକାରୀଙ୍କ ସମେତ କ୍ୟାଡେଟଙ୍କୁ ସାମୁଦ୍ରିକ ପ୍ରଶିକ୍ଷଣ ପ୍ରଦାନ କରିଯିବ ।

ଏହି ଜାହାଜ ହସ୍ପିଟାଲ କାମକୁ ପୂରଣ କରିବା ପାଇଁ କରାଯିବ । ଏହା ସାହାଯ୍ୟରେ ମାନବିକ ସହାୟତା ଏବଂ ଆପତିକାଳୀନ ସହାୟତା ପ୍ରଦାନ କରିବାକୁ ଏବଂ ରକ୍ଷା ମିଶନ କାର୍ଯ୍ୟରେ ବ୍ୟବହାର କରାଯିବ ।

SBI_Festive_Digital Billboard