ରଣବୀରଙ୍କ କଥାଉଠିଲେ ଲାଜଉଛନ୍ତି ଆଲିଆ

ବଲିଉଡ଼ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଲଭ୍‌ଲାଇଫକୁ ନେଇ ଦୁହେଁ ଏବେ ବେଶ୍‌ ଚର୍ଚ୍ଚାରେ ରହିଆସୁଛନ୍ତି । ସୋନମ କପୁରଙ୍କ ମ୍ୟାରେଜ ରିସେ«ନ ପାର୍ଟିରୁ ହିଁ ଏ ପ୍ରେମୀଯୁଗଳଙ୍କୁ ପ୍ରାୟ ପ୍ରତି ସେଲିବ୍ରିଟି କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳୁଛି । ନିକଟରେ ଟ୍ୱିଟରରେ ଆଲିଆଙ୍କୁ ହିମାଂଶୁ ନାମକ ଜଣେ ପ୍ରଶଂସକ ତାଙ୍କୁ ଆଲିଆ କପୁର ଡ଼ାକିବାକୁ ନେଇ ପ୍ରଶ୍ନ କରିଥିଲେ । ଉତ୍ତରରେ ଆଲିଆ ସେହି ପ୍ରଶଂସକଙ୍କ ମୁହଁ ବନ୍ଦ କରି ଦେଇଛନ୍ତି । ସେ ଉତ୍ତରରେ କହିଛନ୍ତି ମୁଁ ଆପଣଙ୍କୁ ହିମାଂଶୁ ଭଟ୍ଟ ଡାକିପାରେ କି? ଯାହାର ଉତ୍ତରରେ ୟୁଜର ଜଣଙ୍କର ମୁହଁ ବନ୍ଦ କରି ଦେଇଥିଲେ ଆଲିଆ । ଆଲିଆଙ୍କ ପିତା ଫିଲ୍ମ ନିର୍ମାତା ମହେଶ ଭଟ୍ଟ ଝିଅ ଆଲିଆ ଓ ରଣବୀର କପୁରଙ୍କ ରିଲେସନ୍‌ସିପ୍‌ ବିଷୟରେ ଅବଗତ ଥିବା କଥା ସ୍ୱୀକାର କରିଛନ୍ତି । ନିକଟରେ ଆଲିଆ ଗଣମାଧ୍ୟମ ପ୍ରଶ୍ନ ବାଣରେ ଶୀକାର ହୋଇଛନ୍ତି ପୁଣି ଗଣମାଧ୍ୟ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ପ୍ରଶ୍ନ ଉଠାଇବାକୁ ପଛାଇନାହିଁ । କିନ୍ତୁ ଏହି ପ୍ରଶ୍ନର ଉତ୍ତର ଦେବାକୁ ଆଲିଆ କରିଛନ୍ତି ଲାଜ । ଆଲିଆ ସିଧା ସିଧା କହିଦେଲେ ମୋତେ ଲାଜ ଲାଗୁଛି ଆଉ ମୋତେ ଏନେଇ କୌଣସି ପ୍ରଶ୍ନ ନକରାଯାଉ ବୋଲି । କରଣଙ୍କ ଚାର୍ଟ ଶୋ’ ‘କଫି ୱିଥ୍‌ କରଣ-୬’ର ପ୍ରଥମ ଏପିସୋଡ଼ରେ ରଣବୀର ଓ ଆଲିଆ ଯୋଗ ଦେଇଥିଲେ । ସେଠାରେ ସମସ୍ତଙ୍କ ସମ୍ମୁଖରେ ଆଲିଆ ଓ ରଣବୀର ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଥିବା କଥାକୁ ସ୍ୱୀକାର କରିଥିଲେ । ରଣବୀର ଚାହୁଛନ୍ତି ଆଲିଆ ଓ ତାଙ୍କ ମଧ୍ୟରେ ଗଢିଉଠିଥିବା ସମ୍ପର୍କ ଆଉ ଆହୁରି ଭଲଭାବେ ଗଢିହେଉ ବୋଲି । ଆଲିଆ ଓ ରଣବୀର କପୁର ପ୍ରଥମ କରି ବଡ଼ ପରଦାରେ ଏକାଠି ଦେଖାଯିବାକୁ ଯାଇଛନ୍ତି ଫିଲ୍ମ ବ୍ରହ୍ମାସ୍ତ୍ରରେ । ନିକଟରେ ଏହି ଫିଲ୍ମର ସୁଟିଂ ସରିଥିବାବେଳେ ଆସନ୍ତା ବର୍ଷ ଫିଲ୍ମଟି ପ୍ରେକ୍ଷାଳୟରେ ଓହ୍ଲାଇବାର ଯୋଜନା ରହିଛି ।