ରଫଲ୍‌ ଶାଢ଼ି ଟ୍ରେଣ୍ଡ୍‌

ଶାଢ଼ୀ ଭାରତୀୟ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ ଅଟେ ଏବଂ ଶାଢ଼ୀ ଏକମାତ୍ର ପରମ୍ପରାଗତ ମଧ୍ୟରୁ ଅନ୍ୟତମ । ଏଥିନିକ୍‌ ଶାଢ଼ୀ ବ୍ୟତିତ ଏହାକୁ ଆପଣ ପ୍ରତିଦିନ ପିନ୍ଧିପାରିବେ । ତେବେ କପଡାରୁ ଲୋକମାନଙ୍କର ବ୍ୟବହାର ଜଣାପଡିଥାଏ । ଭାରତ ଏକ ଏପରି ଦେଶ ଯେଉଁଠାରେ ଭିନ୍ନ ଭିନ୍ନ ପ୍ରକାର ଶାଢ଼ୀ ପିନ୍ଧିବାର ବିଭିନ୍ନ ଶୈଳୀ ଦେଖିବାକୁ ମିଳେ । ବିଭିନ୍ନ ପର୍ବମାନଙ୍କରେ ଝିଅମାନେ ଏଥିନିକ୍‌ ଶାଢ଼ୀ ପିନ୍ଧିବା ପାଇଁ ବେଶ୍‌ ପସନ୍ଦ କରନ୍ତି । ଏଥିସହ ବିବାହରେ ଝିଅମାନଙ୍କର ପ୍ରଥମ ପସନ୍ଦ ଏଥିନିକ୍‌ ଶାଢ଼ୀ । ତେବେ ବର୍ତ୍ତମାନ ସମୟରେ ଟେଣ୍ଡରେ ରହିଛି ‘ରଫଲ୍‌ ଶାଢ଼ି’ । ଏହି ଶାଢ଼ିକୁୂ ଏବେ ସବୁ ବର୍ଗର ମହିଳା ପସନ୍ଦ କରୁଛନ୍ତି । ତେଣୁ ଏହି ଶାଢ଼ି ଏବେ ଷ୍ଟାଟସ୍‌ ସିମ୍ବଲ ପାଲଟିଗଲାଣି । ଏହି ଶାଢ଼ୀ ମୁଖ୍ୟତଃ ପତଳା ଝିଅମାନଙ୍କୁ ବେଶି ସୁଟ୍‌ କରିଥାଏ । କିନ୍ତୁ ଏହି ଶାଢ଼ୀକୁ ସମସ୍ତେ ପିନ୍ଧିପାରିବେ । ରଫଲ୍‌ ଶାଢ଼ିକୁ ଆପଣ ଅଫିସ୍‌ ପାର୍ଟି, କଲେଜ ପାର୍ଟି, ଇଭେଣ୍ଟ ଶୋ’ ଏବଂ ବିବାହ ପାର୍ଟିରେ କ୍ୟାରି କରି ଯାଇପାରିବେ । ଏହି ଶାଢ଼ି କ୍ୟାରି କରିବା ଦ୍ୱାରା ଏହା ଆପଣଙ୍କୁ ଆକର୍ଷଣୀୟ ଲୁକ୍‌ ଦେବା ସହ ୟୁନିକ୍‌ ଲୁକ୍‌ ଦେଇଥାଏ ।