ମୁମ୍ବାଇ, ୮/୧: ପ୍ରଖ୍ୟାତ ସିନେ ନିର୍ମାତା, ପ୍ରଯୋଜକ ତଥା ଅଭିନେତା ରାକେଶ ରୋଶନ ଗଳା କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ତାଙ୍କ ସୁପୁତ୍ର ରିତିକ୍ ରୋଶନ୍ ଇନ୍ଷ୍ଟାଗ୍ରାମରେ ପ୍ରକାଶ କରିଛନ୍ତି ।
ସପ୍ତାହ ହେଲା ରାକେଶ ସେ ଗଳା କର୍କଟର ପ୍ରାଥମିକ ସ୍ତର ଦେଇ ଗତି କରୁଛନ୍ତି । ତେବେ ପ୍ରାରମ୍ଭରୁ ରୋଗ ଚିହ୍ନଟ ହୋଇଯାଇଥିବାରୁ ସେ ଖୁବ୍ ସହଜରେ ଆରୋଗ୍ୟ ହୋଇପାରିବେ ବୋଲି କୁହାଯାଉଛି । ଉଲ୍ଲେଖଯୋଗ୍ୟ, ରାକେଶ ରୋଶନ ଜଣେ ଅଭିନେତା ସହ ନିର୍ଦ୍ଦେଶକ, ପ୍ରଯୋଜକ, କାହାଣୀକାର ଓ ଚିତ୍ରନାଟ୍ୟ ଲେଖକ । ତାଙ୍କ ନିର୍ଦ୍ଦେଶିତ ପ୍ରସିଦ୍ଧ ଚଳଚ୍ଚିତ୍ରଗୁଡ଼ିକ ଭିତରେ ରହିଛି ‘ଖୁଦ୍ ଗର୍ଜ’, ‘କାଲା ବାଜାର’, ‘କିସନ କହ୍ନେଇୟା’, ‘ଖେଲ୍’, ‘କିଙ୍ଗ୍ ଅଙ୍କଲ୍’, ‘କୋଏଲା’, ‘କରଣ ଅର୍ଜୁନ’, ‘କହୋନା ପ୍ୟାର୍ ହେ’, ‘କୋଇ ମିଲ ଗୟା’, ‘କ୍ରିସ’ ଏବଂ ‘କ୍ରିସ୍-୩’ ‘ଖୁନ୍ ଭରି ମାଙ୍ଗ’ ଇତ୍ୟାଦି ।
Prev Post
Next Post