ରାଜଧାନୀରୁ ଦୁଇ ଚୋରା ବନ୍ଧୁକ ବେପାରୀ ଗିରଫ

ଭୁବନେଶ୍ୱର,୨୫/୧୧: ରାଜଧାନୀ ଭୁବନେଶ୍ୱରରେ ବୃଦ୍ଧି ପାଉଛି ଅପରାଧ । କଥାକଥାକେ ଫୁଟୁଛି ଗୁଳି । ଛୋଟମୋଟ ଅପରାଧୀ ମଧ୍ୟ ମାଉଜର ବ୍ୟବହାର କରୁଛି । ଲୋକଙ୍କୁ ଭୟଭୀତ କରୁଛନ୍ତି । ଆଜି କମିଶନରେଟ ପୋଲିସ ୨ ଚୋରା ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ।

ସୂଚନା ମୁତାବକ, ଆଜି କମିଶନରେଟ ପୋଲିସ ଲକ୍ଷ୍ମୀସାଗର ବୁଦ୍ଧନଗର ଅଂଚଳରେ ଚଢାଉ କରିଥିଲା । ସେହି ସମୟରେ ଏହି ଦୁଇ ବେପାରୀଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ଗୋଟିଏ ମାଉଜର ଏବଂ ଗୋଟିଏ ଜୀବନ୍ତ ଗୁଳି ଜବତ କରିଛି । ଦୁହେଁ ବିହାର ମୁଙ୍ଗେରରୁ ଚୋରାରେ ଆଣି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବନ୍ଧୁକ ବେପାର ଚଳାଉଥିଲେ ବୋଲି ପୋଲିସ କହିଛି ।