ରାଜନଗରରେ ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ୍‌ : ବର୍ତ୍ତିଲେ ୭୦ ଯାତ୍ରୀ

କେନ୍ଦ୍ରାପଡ଼ା,୨୩/୧: ରାଜନଗରରୁ ପୁରୀ ଅଭିମୁଖେ ଯାତ୍ରା କରୁଥିବା ଦ୍ୱିବେଦୀ ଟ୍ରାଭେଲ୍ସ ବସ୍‌ ବୁଧବାର ଏକ ନିଶ୍ଚିନ୍ତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ବସ୍‌ଟି ସକାଳ ୬ଟାରେ ରାଜନଗରରୁ ଯାତ୍ରା ଆରମ୍ଭ କରି ୫ଶହ ମିଟର ଆସିବା ପରେ ରାଜନଗର-ମଦନପୁର ରାସ୍ତାର ତିଳକ ନଗର ନିକଟରେ ପ୍ରବଳ କୁହୁଡ଼ି ଯୋଗୁ ରାସ୍ତା କଡ଼କୁ ଖସି ପଡ଼ିଥିଲା। ମାତ୍ର ବସଟି ଓଲଟି ନ ଥିବା ଯୋଗୁ ଏଥିରେ ଥିବା ୭୦ଜଣ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

ତେବ ଏଥିରେ ଜଣେ ଯୁବତୀ ଆହତ ହୋଇଥିବା ଜଣାପଡ଼ିଛି। ସେ ରାଜନଗର ବ୍ଲକ ମଙ୍ଗରାଜପୁର ଗ୍ରାମର ହୋଇଥିବା ଜଣାପଡ଼ିଛି। ତାଙ୍କୁ ଚିକିତ୍ସା ନିମନ୍ତେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଛି।

SBI_Festive_Digital Billboard