ଜୟପୁର, ୯/୧୨: ରାଜସ୍ଥାନ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ଦୁଇଫାଳ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ସଚିନ ପାଇଲଟ ଓ ଅଶୋକ ଗେହଲଟଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଛି। ଚଳିତ ନିର୍ବାଚନରେ ଭାଜପାକୁ ହଟାଇ କଂଗ୍ରେସ କ୍ଷମତାକୁ ଫେରିବ ବୋଲି ଏକଜିଟ୍ ପୋଲ ଆକଳନରୁ ଜଣାପଡିଛି। ଏହାକୁ ନେଇ କଂଗ୍ରେସ ଶିବିରରେ ଉତ୍ସୁକତା ପ୍ରକାଶ ପାଇଥିଲାବେଳେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ରେସ୍ ଆରମ୍ଭ ହୋଇଯାଇଛି। ଉଭୟ ସଚିନ ପାଇଲଟ ଓ ଅଶୋକ ଗେହଲଟଙ୍କ ଶିବିରରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି ମଜୁବୁତ୍ କରିବାକୁ ଲାଗିପଡିଲେଣି। କେତେକ ପ୍ରଶଂସକ ସଚିନଙ୍କ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବାବେଳେ ଆଉ କେତେକ ଅଶୋକ ଗେହଲଟଙ୍କୁ ଦେଖିବାକୁ ଚାହୁଁଛନ୍ତି। ଡିସେମ୍ବରରେ ୧୧ରେ ଫଳାଫଳ ବାହାରିବା ପରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଜଣାପଡିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।