ରାଜସ୍ଥାନ : ଭାଗବଣ୍ଟା ହେଲା ମନ୍ତ୍ରୀଙ୍କ ବିଭାଗ

ଜୟପୁର, ୨୭/୧୨: ରାଜସ୍ଥାନର ଅଶୋକ ଗହଲୋଟ ସରକାର ନିଜ ମନ୍ତ୍ରିମଣ୍ଡଳରେ ସାମିଲ ମନ୍ତ୍ରୀଙ୍କୁ ଦିଆଯାଇଥିବା ବିଭାଗର ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଗହଲୋଟ ସର୍ବମୋଟ ୯ଟି ବିଭାଗ ନିଜ ପାଖରେ ରଖିଛନ୍ତି, ଯେଉଁଥିରେ ଗୃହ ଏବଂ ଅର୍ଥ ଭଳି ଗୁତୁତ୍ୱପୁର୍ଣ୍ଣ ବିଭାଗ ସାମିଲ ଅଛି । ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିବା ପରେ ଅଶୋକ ଗହଲୋଟ ଡିସେମ୍ବର ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ରୁପେ ଶପଥ ଗ୍ରହଣ କରିଥିଲେ । ତାଙ୍କ ସହ ସଚିନ ପାଇଲଟ ଉପ-ମୁଖ୍ୟମନ୍ତ୍ରୀ ରୁପେ ଶପଥ ନେଇଥିଲେ ।
ମୁଖ୍ୟମନ୍ତ୍ରୀ ଗହଲୋଟ ଅର୍ଥ ଏବଂ ଗୃହ ସମେତ ୯ଟି ବିଭାଗ ନିଜ ପାଖରେ ରଖିଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ପୂର୍ତ୍ତ, ପଂଚାୟତରାଜ, ଗ୍ରାମ୍ୟ ଉନ୍ନୟନ ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସମେତ ମୋଟ ୫ ଟି ମନ୍ତ୍ରାଳୟର ଦାୟୀତ୍ୱ ଦିଆଯାଇଛି । ନୂଆ ମନ୍ତ୍ରିମଣ୍ଡଳ ଡିସେମ୍ବର ୨୪ ରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ରାଜ୍ୟପାଳ କଲ୍ୟାଣ ସିଂହ ୧୩ କ୍ୟାବିନେଟ ଏବଂ ୧୦ ରାଜ୍ୟମନ୍ତ୍ରୀଙ୍କୁ ରାଜଭବନଠାରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏଥି ମଧ୍ୟରୁ ୧୭ ଜଣ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିବା ସୁଚନା ମିଳିଛି । ଅଶୋକ ଗହଲଟ ଏବଂ ସଚିନ ପାଇଲଟ ନିଜର ସ୍ୱତନ୍ତ୍ର ଲୋକଙ୍କୁ ନିଜ ଇଚ୍ଛାରେ ମନ୍ତ୍ରୀପଦ ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ । ତେଣୁ ଏହାର ନିଷ୍ପତ୍ତି ନେବାରେ ସମୟ ଲାଗିଥିଲା ।

SBI_Festive_Digital Billboard