ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ରଙ୍କ ନାମାଙ୍କନ ଦାଖଲ

ଭୁବନେଶ୍ୱର,୨୪/୬: ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର ନାମାଙ୍କନ ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅମର ଏବଂ ସସ୍ମିତ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ।

ଉଭୟ ଅମର ଏବଂ ସସ୍ମିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଦୁଇ ପ୍ରାର୍ଥୀ ଆଜି ଦିନ ସାଢେ ୧ଟାରେ ବିଧାନସଭାରେ ପହଁଚି ଆବଶ୍ୟକ କାଗଜ ପତ୍ର ଯାଂଚ କରିଥିଲେ ।ଏହାସହ ରାଜ୍ୟସଭା ପ୍ରାର୍ଥୀତ୍ୱ ବାବଦରେ ୧୦ହଜାର ଟଙ୍କା ଦାଖଲ କରିଛନ୍ତି । ଏହାପରେ ସେମାନେ ରିଟର୍ଣ୍ଣିଂ ଅଫିସର ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ସେମାନଙ୍କ ନାମାଙ୍କନ ପତ୍ର ପ୍ରଦାନ କରିଥିଲେ । ନାମାଙ୍କନ ଦାଖଲ ବେଳେ ବିଜେଡିର ଅଧିକାଂଶ ବିଧାୟକ ଉପସ୍ଥିତ ରହିଥିଲେ ।

ତେବେ ବିଜେଡି ସମର୍ଥିତ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ଅପରାହ୍ନ ୩ଟାରେ ଦଳିୟ ସମର୍ଥକଙ୍କ ସହ ଆସି ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡିଛି ।