ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ : ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ୱର,୨୬/୧ : ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପାଳିତ ହୋଇଛି ୭୦ତମ ସାଧାରଣତନ୍ତ୍ର ଦିବସ। ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ଉତ୍ସବ ରାଜଧାନୀ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍‌ ପତାକା ଉତ୍ତୋଳନ କରିବା ପରେ ଅଭିବାଦନ ଗ୍ରହଣ କରିଥିଲେ। ପୋଲିସ, ଅର୍ଦ୍ଧସାମରିକ ବାହିନୀ ସହ ଅଗ୍ନିଶମ ବିଭାଗ, ହୋମଗାର୍ଡ, ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ର ଏହି ପରେଡ଼ରେ ସାମିଲ ହୋଇଥିଲେ।

ସେହିପରି କଟକର ବାରବାଟୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିକରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏକ ହୋଇ ମାଟି ମା’ ପାଇଁ କାମ କରିବାକୁ ଆହ୍ବାନ ଦେଇଥିଲେ।