ଭୁବନେଶ୍ୱର,୨୫/୨: ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର । ସାଧାରଣ ନିର୍ବାଚନ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଭେଟି ଦେଇଚନ୍ତି ରାଜ୍ୟସରକାର । ଦିନକୁ ଦିନ ଜୀବନଯାପନରେ ନିତ୍ୟବ୍ୟବହୃତ ସାମଗ୍ରୀର ଖର୍ଚ୍ଚ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ସମସ୍ତ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ସରକାର ତିନି ପ୍ରତିଶତ ବୃଦ୍ଧି ହୋଇଛି ।
ଚଳିତ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରି ଏକ ଭେଟି ପ୍ରଦାନ କରିଛନ୍ତି । ରାଜ୍ୟରେ ଥିବା ସମସ୍ତ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ସରକାର ତିନି ପ୍ରତିଶତ ବୃଦ୍ଧି କରିଛନ୍ତି । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଫଳରେ ସରକାରୀ କର୍ମଚାରୀଙ୍କ ଦରମାର ଡ଼ିଏରନେସ ଆଲାଉନସେସ (ଡିଏ) ଓ ଟିଆଇରେ ବୃଦ୍ଧି ହେବ । ଦୈନନ୍ଦିନ ଜୀବନରେ ବ୍ୟବହୃତ ସାମଗ୍ରୀର ଦରଦାମ ବୃଦ୍ଧିକୁ ନଜରରେ ରଖି ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି । ବର୍ଦ୍ଧିତ ମହଙ୍ଗା ଭତ୍ତା ୨୦୧୯ ମସିହା ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ ବୋଲି ସୂଚନା ମିଳିଛି । ଆଜି ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଘୋଷଣା କରିଛନ୍ତି ।