ରାଶି ଉପରେ ରଙ୍ଗର ପ୍ରଭାବ

ଆଗକୁ ଆସୁଛି ପବିତ୍ର ପର୍ବ ହୋଲି ଯାହାର ପାଳନ ପାଇଁ ସାରା ଦେଶ ଏବେ ଉସିବ ମୁଖର । ରଙ୍ଗର ପ୍ରଭାବ ଜୀବନରେ ଭରିଦିଏ ଅନେକ ଖୁସି ଏବଂ ଆନନ୍ଦ । ଏହି ରଙ୍ଗର ବ୍ୟବହାର ଯଦି ରାଶି ଅନୁସାରେ କରନ୍ତି ତେବେ ତାହା ଆହୁରୀ ଫଳପ୍ରଦକାରୀ ହୋଇଥାଏ ।
ମେଷ- ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଲାଲ୍‌, ନାରଙ୍ଗୀ କିମ୍ବା ହଳଦିଆ ରଙ୍ଗର ବ୍ୟବହାର ଖୁବ୍‌ ଭଲ। ଏହି ରଙ୍ଗକୁ ବ୍ୟବହାର କଲେ ଆପଣଙ୍କ ଶାନ୍ତି ଏବଂ ପୂର୍ତ୍ତି ମିଳିବ ।
ବୃଷ-ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ନୀଳ, କଳା ଏବଂ ସବୁଜ ରଙ୍ଗର ସବୁ କଲ୍‌ର ଉପୁଯୁକ୍ତ । ଏହି ରଙ୍ଗଟି ଶାନ୍ତି ପ୍ରଦାନ କରିଥାଏ ।
ମିଥୁନ-ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ସବୁଜ ରଙ୍ଗ ଭଲ । ସବୁଜ ରଙ୍ଗ ମାନସିକ ଚାପରୁ ଦୂରେଇ ରହିବାରେ ସାହାଯ୍ୟ କରିବ ।
କର୍କଟ- ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ କ୍ରିମ୍‌ ରଙ୍ଗ ଭଲ । ଯାହାକି ଜହ୍ନର ରଙ୍ଗ ହୋଇଥାଏ । ଏହି ରଙ୍ଗ ମାନସିକ ଶକ୍ତି ବଢାଇବାରେ ସାହାଯ୍ୟ କରିବ ।
ସିଂହ-ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ନାରଙ୍ଗୀ ରଙ୍ଗ ସହିତ ଗୋଲାପୀ, ଲାଲ୍‌, ହଳଦିଆର ସବୁ କଲର୍‌ ଭଲ । ଏହି ରଙ୍ଗ ଆପଣଙ୍କ ଠାରେ ନୂଆ ତେଜ ଏବଂ ଆବେଗକୁ ଉପିନ୍ନ କରିବାରେ ସକ୍ଷମ ହେବ ।
କନ୍ୟା-ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଗାଢା ସବୁଜ ରଙ୍ଗ ଭଲ । ଏହା ଆପଣଙ୍କ ପାଇଁ ଶକ୍ତି ପ୍ରଦାନକାରୀ ହେବା ସହିତ ମାନସିକ ଚାପକୁ ଦୂର କରିବାରେ ସାହାଯ୍ୟ କରିବ ।
ତୁଳା- ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ନୀଳ, କଳା ଏବଂ ସବୁଜ ରଙ୍ଗ ଭଲ । ଏହି ସବୁ ରଙ୍ଗ ଆପଣଙ୍କ ପାଇଁ ଲାଭକାରୀ ହୋଇଥାଏ ।
ବିଛା-ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଲାଲ୍‌ ରଙ୍ଗ ଭଲ । ଲାଲ୍‌ ରଙ୍ଗ ଆପଣଙ୍କ ପାଇଁ ଶକ୍ତି ପ୍ରଦାନକାରୀ ହେବ ।
ଧନୁ-ଏହି ଦୁଇ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଲାଲ୍‌ ଏବଂ ହଳଦିଆ ରଙ୍ଗ ଭଲ । ନିଜ ଉପରେ ନିୟନ୍ତ୍ରଣ ରଖିବାରେ ହଳଦିଆ ରଙ୍ଗ ସାହାଯ୍ୟ କରିବ ।
ମକର-ଏମାନେ ନୀଳ କିମ୍ବା ସୁବଜ ରଙ୍ଗ ପ୍ରୟୋଗ କରିବା ଦ୍ୱାରା ମନରେ ସକରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ ।
କୁମ୍ଭ-ଏହି ରାଶି ପାଇଁ ନୀଳ ଏବଂ ବାଇଗେଣି ରଙ୍ଗ ଶୁଭ ହୋଇଥାଏ ।
ମୀନ-ହଳଦିଆ ଏବଂ ନାରଙ୍ଗି ରଙ୍ଗର ବ୍ୟବହାର ଏହି ରାଶି ବ୍ୟକ୍ତିବିଶେଷଙ୍କ ମନରେ ଉସିାହ ଭରିବା ସହ ଶକ୍ତି ବି ପ୍ରଦାନ କରିଥାଏ ।