ରୋହିତ ଓ ରାହୁଲଙ୍କ ଦମରେ ବାଂଲାଦେଶ ସମ୍ମୁଖରେ ୩୧୫ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

0

ବର୍ମିଂହାମ,୨/୭: ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ବିଶ୍ଵ କପରେ ଚତୁର୍ଥ ଶତକ ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଖେଳାଯାଉଥିବା ଆଇସିସି ବିଶ୍ଵ କପରେ ବାଂଲାଦେଶ ବିପକ୍ଷ ମୁକାବିଲାରେ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୩୧୪ ନନ କରିଛି। କର ବା ମର ମୁକାବିଲାରେ ବିଜୟୀ ହେବାକୁ ୩୧୫ ରନର ବିଜୟ ଲକ୍ଷ୍ୟ ରହିଛି। ଏହି ମ୍ୟାଚ୍ ଜିତିଲେ ଭାରତ ସେମିକୁ ଉନ୍ନୀତ ହେବ ଏବଂ ବାଂଲାଦେଶର ସେମି ଫାଇନାଲ ଆଶା ଧୂଳିସାତ ହେବ।

ଏହା ପୂର୍ବରୁ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ଓପନର ରୋହିତ ଶର୍ମା ୧୦୨, ଲୋକେଶ ରାହୁଲ ୭୭ ଓ ଋଷଭ ପନ୍ତଙ୍କ ୪୮ ରନର ଦମଦାର ପାଳି ଖେଳିଛନ୍ତି। ଖାସ୍ କରି ଦୁଇ ଓପନର ୧୮୦ ରନର ଭାଗିଦାରୀ ବଳରେ ଭାରତ ଏହି ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଛି। ଏକ ସମୟରେ ୩୫୦ ରନ ହେବା ଭଳି ଲାଗୁଥିଲା ମାତ୍ର ଶେଷ ଆଡକୁ ବ୍ୟାଟିଂ ବିଫଳତା କାରଣରୁ ଭାରତ ୯ ଓ୍ଵିକେଟ୍ ହରାଇ ୩୧୪ ରନ କରିବାକୁ ସକ୍ଷମ ହୋଇଛି। ଖାସ୍ କରି ଶେଷ ୧୦ ଓଭରେ ଭାରତ ନିରାଶଜନକ ବ୍ୟାଟିଂ କରିଥିଲା। ମୁସ୍ତାଫିଜରୁ ରେହମାନ ୫ଟି ଓ୍ଵିକେଟ୍ ନେଇ ଭାରତର ରନ ଗତିରେ ଅଙ୍କୁଶ ଲଗାଇବାରେ ସଫଳ ହୋଇଥିଲେ। ସେ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟାମ, ଏମଏସ ଧୋନୀ, ଦିନେଶ କାର୍ତ୍ତିକ ଓ ମହମ୍ମଦ ସାମିଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ।

SBI AD
Leave A Reply

Your email address will not be published.