ଲୋକସଭା ନିର୍ବାଚନ ସମୟରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇପାରେ, ଟାର୍ଗେଟରେ ଯବାନ ଦଳ

ନୂଆଦିଲ୍ଲୀ,୪/୪: ଜମ୍ମୁକଶ୍ମୀରରେ ହେବାକୁ ଥିବା ଲୋକସଭା ନିର୍ବାଚନ ୨୦୧୯ରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି ବୋଲି ଗୁରୁବାର ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରକାଶ।

ସୂଚନାଯୋଗ୍ୟ, ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇ ଏହି ନିର୍ବାଚନକୁ ଅସଫଳ କରିବା ପାଇଁ ଲସ୍କର ଜୈସ୍‌ର ଆତଙ୍କବାଦୀର ଅନେକ ଦଳ ଗଠନ କରିଛି। ଯେଉଁମାନେ କି ପୋଲଂ ବୁଥ୍‌ ଓ ନିର୍ବାଚନରେ ଭାଗ ନେଉଥିବା ପ୍ରାର୍ଥୀଙ୍କୁ ଟାର୍ଗେଟ କରିଛନ୍ତି।

ଗୁଇନ୍ଦା ବିଭାଗ ଆଶଙ୍କା କରିଛି କି, ଆଇଏସ୍‌ଆଇ ଘାଟିରେ ଥିବା ଆତଙ୍କବାଦୀଙ୍କୁ ଏକ୍ସପୋଲସିଭ୍‌ ସୂଚନା ଦେବା ପାଇଁ ଆଫଗାନିସ୍ଥାନରୁ ଜଣେ ଆତଙ୍କବାଦୀଙ୍କୁ କାଶ୍ମୀର ଅସ୍ତ୍ରବିରତିରେ ପ୍ରବେଶ କରାଇବା ପାଇଁ ଯୋଜନା କରୁଛନ୍ତି। ଆଇଏସ୍‌ଆଇ ଆତଙ୍କବାଦୀର ତିନିଟି ଟିମ୍‌ ଗଠନ କରିଛି। ଯେଉଁ ଯବାନ ଓ ସୁରକ୍ଷାକର୍ମୀମାନେ ନିର୍ବାଚନୀ ଡିୟୁଟିରେ ଅଛନ୍ତି ସେହି ଦଳଙ୍କ ଉପରୁ ଆକ୍ରମଣ କରିବାକୁ ଏହି ଆତଙ୍କବାଦୀ ଟିମ୍‌କୁ କୁହାଯାଇଛି।

ଜମ୍ମୁକଶ୍ମୀରରେ ଲୋକସଭା ନିର୍ବାଚନ ପରେ ବିଧାନସଭା ନିର୍ବାଚନ ହେବାର ପ୍ରସ୍ତୁତି କରାଯାଉଛି। ଗୃହମନ୍ତ୍ରାଳୟ ଓ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି କି ସରକାର ନିର୍ବାଚନରେ ଭାଗ ନେବାକୁ ଥିବା ସମସ୍ତ ପ୍ରାର୍ଥୀଙ୍କ ସହିତ ନିର୍ବାଚନୀ କେନ୍ଦ୍ରରେ ପ୍ରର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବେ। ଏଥିପାଇଁ କେନ୍ଦ୍ର କଶ୍ମୀର ଅର୍ଦ୍ଧସୈନିକ ବଳର ପାଖାପାଖି ୮୦୦ ଅତିରିକ୍ତ କମ୍ପାନିଙ୍କୁ ପଠାଇବ।

SBI_Festive_Digital Billboard