ଶପଥ ନେଲେ ଓଡିଶା ହାଇକୋର୍ଟରେ ୨ ବିଚାରପତି

କଟକ, ୧୯/୧୧: ଜଷ୍ଟିସ ଶତୃଘନ ପୂଜାରୀ ଓ ଜଷ୍ଟିସ ଅକ୍ଷୟ ମିଶ୍ର ଆଜି ଓଡିଶା ହାଇକୋର୍ଟର ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କଳ୍ପେଶ ସତ୍ୟାନନ୍ଦ ଜାଭେରି ହାଇକୋର୍ଟ ପରିସରରେ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଡ. ଅକ୍ଷୟ କୁମାର ମିଶ୍ର ଏହା ପୂର୍ବରୁ ଓଡ଼ିଶା ହାଇକୋର୍ଟର ରେଜିଷ୍ଟାର ଜେନେରାଲ ଭାବରେ କାର୍ଯ୍ୟରତ ଥିଲେ । ତେବେ ତାଙ୍କୁ ଓଡିଶା ହାଇକୋର୍ଟରେ ବିଚାରପତି ଭାବରେ ପଦୋନ୍ନତି ଦେବାକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ କୁମାର ଗୋଗେଇଙ୍କ ଦ୍ୱାରା ଗଠିତ ହୋଇଥିବା କଲେଜିୟମ ସୁପାରିସ କରିଥିଲେଛ । ସେହିପରି ମାଡ୍ରାସ ହାଇକୋର୍ଟରେ ବିଚାରପତି ଭାବରେ କାର୍ଯ୍ୟରତ ଥିବା ଶତୃଘନ ପୂଜାହାରୀଙ୍କୁ ଓଡିଶା ହାଇକୋର୍ଟର ବିଚାରପତି ଭାବରେ ବଦଳି କରାଯାଇଛି । ତେବେ ଏହା ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି ।

SBI_Festive_Digital Billboard